ବାଘ ଛାଲ ଜବତ କଲା ଏସଟିଏଫ; ବ୍ୟବସୀୟୀ ଗିରଫ

add-all

ଭୁବନେଶ୍ୱର ୨୦/୦୭: ଏସଟିଏଫ ପଞ୍ଝାରେ ବାଘ ଛାଲ ବେପାରୀ। ବାଘ ଛାଲ ଉଦ୍ଧାର ସହ ଜଣେ ଗିରଫ। ଗିରଫ ବ୍ୟକ୍ତି ଜଣଙ୍କ କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ବ୍ଲକ ଅନ୍ତର୍ଗତ ଗୌଡଗୁଡାର ମନୋହର ଗୌଡ। ମନୋହରଙ୍କ ଏକ ଠାରୁ ବାଘ ଛାଲ ଜବତ କରାଯାଇଛି। ବାଘ ଛାଲ କାରବାର ନେଇ ଖବର ପାଇ ଏସଟିଏଫ ଭୁବନେଶ୍ୱରର ୨ ଜଣିଆ ଟିମ ଚଢଉ କରି ରାମଗିରି ପାଖରୁ ବାଘ ଛାଲ ଜବତ କରିଛି।

ଏହା ଗୁପ୍ତେଶ୍ୱର ବନ ଖଣ୍ଡ କାର୍ଯାଳୟକୁ ହସ୍ତାନ୍ତର କରାଯାଇଛି। ଏହି ଡଢ଼ଉରେ ଏସଟିଏଫ ଟିମର ଇନ୍ସପେକ୍ଟର ଆଶିଷ ଜେନା ଓ ଜଗନ୍ନାଥ ପ୍ରସାଦ ସାହୁ ସାମିଲ ଥିଲେ।

ad-week
Leave A Reply

Your email address will not be published.