ନୂପୁର ଶର୍ମାଙ୍କୁ ସମର୍ଥନ କରିବାରୁ ଓକିଲଙ୍କୁ ହତ୍ୟା ଧମକ

add-all

ଲକ୍ଷ୍ନୌ: ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ଥମୁନୁ ବିଜେପିର ପୂର୍ବତନ ନେତ୍ରୀ ନୂପୁର ଶର୍ମାଙ୍କୁ ନେଇ ବିବାଦ। ତାଙ୍କୁ ଯିଏ ସମର୍ଥନ କରୁଛି, ତାକୁ ମିଳୁଛି ମୃତ୍ୟୁ ଦଣ୍ଡ। ଏହାର ଏକ ଜୀବନ୍ତ ଉଦାହରଣ ରାଜସ୍ଥାନର ହିନ୍ଦୁ ଦରଜୀ କହ୍ନେୟାଲାଲଙ୍କ ଠାରେ ଦେଖିବାକୁ ମିଳିଥିଲା। ଏବେ ଉତ୍ତରପ୍ରଦେଶର ଗାଜିଆବାଦରେ ନୂପୁର ଶର୍ମାଙ୍କୁ ସମର୍ଥନ କରୁଥିବା ଜଣେ ଓକିଲଙ୍କୁ ଏଭଳି ହିଁ ହତ୍ୟା କରିବାକୁ ଧମକ ମିଳିଛି।
ଗାଜିଆବାଦରେ ନୂପୁରୁ ଶର୍ମାଙ୍କୁ ସମର୍ଥନ ଓ କହ୍ନେୟାଲାଲଙ୍କ ହତ୍ୟା ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଓକିଲ ସତ୍ୟେନ୍ଦ୍ର ଭଟ୍ଟିଙ୍କୁ ମିଳିଛି ହତ୍ୟା ଧମକ। କିଛି ଦୁର୍ବୃତ୍ତ ତାଙ୍କ ଘର ବାହାରେ ଏକ ଧମକ ପୂର୍ଣ୍ଣ ପୋଷ୍ଟର ଲାଗିଛି। ଏଥିରେ ‘ମୁଣ୍ଡରୁ ଗଣ୍ଡି’ ଅଲଗା କରିଦେବାକୁ ଧମକ ଦିଆଯାଇଛି। କେବଳ ସେତିକି ନୁହେଁ ଓକିଲଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ ମଧ୍ୟ କରାଯାଇଛି।
ପ୍ରକୃତରେ, ସତ୍ୟେନ୍ଦ୍ର ଭଟ୍ଟି କିଛି ସମୟ ପୂର୍ବରୁ କହ୍ନେୟାଲାଲ ହତ୍ୟା ମାମଲାକୁ ବିରୋଧ କରି ଏକ କ୍ୟାଣ୍ଡେଲ ପଦଯାତ୍ରା କରିଥିଲେ। ବିଶ୍ୱାସ କରାଯାଏ ଯେ ସେବେଠାରୁ ସତ୍ୟେନ୍ଦ୍ର ଭଟ୍ଟି ସାମାଜିକ ବ୍ୟକ୍ତିଙ୍କ ଟାର୍ଗେଟରେ ଆସିଛନ୍ତି। ତେଣୁ ତାଙ୍କୁ ଏହିପରି ଧମକ ଦିଆଯାଇଛି। ଏହି ମାମଲାରେ ସତ୍ୟେନ୍ଦ୍ର ଟୋନିକା ନଗର ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହା ସହିତ ଓକିଲଙ୍କୁ ସୁରକ୍ଷା ମଧ୍ୟ ଦିଆଯାଇଛି। ଏହାପୂର୍ବରୁ ଲୋନିରେ ଜଣେ ବ୍ୟବସାୟୀଙ୍କୁ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ଏଭଳି ହିଁ ଏକ ଧମକପୂର୍ଣ୍ଣ ଚିଠି ମିଳିଥିଲା, ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତକୁ ଗିରଫ କରିଥିଲା।

ad-week
Leave A Reply

Your email address will not be published.