ଆମେରିକାରେ ରହୁଥିବା ଭାରତୀୟ ଝିଅ ମାୟୁସୀ ଭଗତଙ୍କ ଦୀର୍ଘ ୩ ବର୍ଷ ହେଲା ନିଖୋଜ

add-all

ନ୍ୟୁୟର୍କ: କୁଆଡ଼େ ଗଲେ ମାୟୁସୀ ଭଗତ। ୩ ବର୍ଷ ହେଲା ମାୟୁସୀଙ୍କ ପତ୍ତା ମିଳୁନି। ଆମେରିକାରେ ରହୁଥିବା ଭାରତୀୟ ଝିଅ ମାୟୁସୀ ଭଗତଙ୍କ ଦୀର୍ଘ ୩ ବର୍ଷ ହେଲା ନିଖୋଜ ଅଛନ୍ତି। ଆମେରିକାର ନ୍ୟୁଜର୍ସିରେ ରହୁଥିବା ମାୟୁସୀଙ୍କ ୩ ବର୍ଷ ହେଲା ଖୋଜଖବର ମିଳୁନି। ଫଳରେ ଆମେରିକାର ଫେଡେରାଲ ବ୍ୟୁରୋ ଅଫ ଇନ୍‌ଭେଷ୍ଟିଗେସନ୍‌ ତାଙ୍କୁ ନିଖୋଜ ପୋଷ୍ଟର ପ୍ରକାଶ କରିଛି। ତାଙ୍କ ସନ୍ଧାନମିଳିଲେ ତଦନ୍ତାକାରୀ ସଂସ୍ଥା ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଶେଷଥର ପାଇଁ ୨୦୧୯ ଏପିଲ ୨୯ ତାରିଖରେ ମାୟୁସୀ ନ୍ୟୁ ଜର୍ସିରେ ତାଙ୍କ ଆପାର୍ଟମେଣ୍ଟରୁ ବାହରୁଥିବା ନଜର ଆସିଥିଲେ। ସେତେବେଳେ ସେ ଏକ ରଙ୍ଗିନ ପାଇଜାମା ପ୍ୟାଣ୍ଟ ଏବଂ ଏକ କଳା ରଙ୍ଗର ଟି-ସାର୍ଟ ପିନ୍ଧିଥିଲେ। ୨୦୧୯ ମେ’ ୧ ତାରିଖରେ ମାୟୁସୀ ନିଖୋଜ ନେଇ ପରିବାର ଲୋକେ ପୁଲିସ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ।
ନିଖୋଜ ପୋଷ୍ଟରରେ ତାଙ୍କ ଉଚ୍ଚତା ୫ ଫୁଟ୍‌ ୧୦ ଇଞ୍ଚ ଲମ୍ବ, ମଧ୍ୟମ ସ୍ଥ୍ୟସ୍ଥ୍ୟ, କଳା ବାଳ ଏବଂ ବାଦାମି ଆଖି ବୋଲି ଦର୍ଶାଯାଇଛି। ୨୦୧୬ରେ ଭଗତ ଆମେରିକା ଯାଇଥିଲେ। ଏଫଆଇ ଛାତ୍ରୀ ଭାବେ ଭିସା ପାଇ ସେ ପଢ଼ିବାକୁ ଯାଇଥିଲେ। ୟୁନିଭରସିଟି ଅଫ ନ୍ୟୁ ହାମ୍ପସିରେ ଏବଂ ପରେ ନ୍ୟୁୟର୍କ ଇନଷ୍ଟିଚ୍ୟୁଟର ଅଫ ଟେକ୍ନୋଲୋଜିରେ ନାମ ଲେଖାଇଥିବା ଜଣାପ ପଡ଼ିଛି।
ଏସମ୍ପର୍କରେ ଏଫବିଆଇ ପକ୍ଷରୁ ତଥ୍ୟ ପ୍ରକାଶ କରାଯାଇଛି। ତେବେ ଏଫବିଆଇ ନ୍ୟୁୟର୍କ ଡିଭିଜନ୍‌ ପକ୍ଷରୁ ବୁଧବାର ମାୟୁସୀଙ୍କ ନିଖୋଜ ପୋଷ୍ଟର ଜାରି କରାଯାଇଛି। ମାୟୁସୀ ଇଂରାଜି, ହିନ୍ଦୀ ‌ଏବଂ ଊର୍ଦ୍ଧୁ କହିପାରନ୍ତି। ତେବେ ଯେ କୌଣସି ବ୍ୟକ୍ତି ମାୟୁସୀଙ୍କ ଖବର ପାଇଲେ ଏଫବିଆଇ ଅଫିସ ସହ ଯୋଗାଯୋଗ କରିବାକୁ କୁହାଯାଇଛି।

ad-week
Leave A Reply

Your email address will not be published.