ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ମାଓ ତାଣ୍ଡବ, ଜଣକୁ ହତ୍ୟା

add-all

ମାଲକାନଗିରି : ସୀମାନ୍ତରେ ଥମୁନି ମାଓ ହିଂସା। ମାଓ ସହିଦ ସପ୍ତାହ ପୂର୍ବରୁ ମାତିଛନ୍ତି ମାଓବାଦୀ। ଘରେ ପଶି ଜଣେ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।  ଛତିଶଗଡ଼ ପୋଲମପାଲି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କ ସମ୍ମୁଖରେ ମାଓବାଦୀମାନେ ମାଡକାମି ଜଗା ନାମକ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ମୃତ ମାଡକାମି ଜଗା ପୋଲାମପାଲି ଗାଁର ଜଣେ ଦୋକାନୀ ବୋଲି ଜଣାଯାଇଛି।ଜାଗାକୁ ମାରିବା ପରେବି ମାଓବାଦୀମାନେ ସନ୍ତୁଷ୍ଟ ହୋଇନଥିଲେ। ହତ୍ୟା ପରେ ସେମାନେ ମୃତକଙ୍କ ଗାଡ଼ିରେ ନିଆଁ ଲଗାଇ ଦେଇ ଚାଲିଯାଇଥିଲେ। ହତ୍ୟାକାଣ୍ଡ ଘଟାଇ କୋଣ୍ଟା ଏରିଆ କମିଟି ଘଟଣାସ୍ଥଳରେ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି ।ଜାଗାକୁ ପୋଲିସ ଇନ୍ଫୋର୍ମର ଭାବି ହତ୍ୟା କରିଥିବା ଜଣାଯାଉଛି,ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟରେ ଆତଙ୍କ ଖେଳିଯାଇଛି।

ad-week
Leave A Reply

Your email address will not be published.