ମୁଁ ରାଜନୀତିରେ ଯୋଗ ଦେବାକୁ ଚାହୁଁଥିଲି… କିନ୍ତୁ : ପ୍ରଧାନ ବିଚାରପତି

add-all

ରାଞ୍ଚି: ମୁଁ ସକ୍ରିୟ ରାଜନୀତିରେ ଯୋଗ ଦେବାକୁ ଚାହୁଁଥିଲି। କିନ୍ତୁ ମୋ ଭାଗ୍ୟରେ କିଛି ଅଲଗା ଲେଖାଥିଲା। ନିଜ କ୍ୟାରିଅରର ଅଭିଳାସକୁ ନେଇ ଏମିତି କିଛି ଖୁଲାସା କରିଛନ୍ତି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏନଭି ରମନ୍ନା। ଶନିବାର ରାଞ୍ଚିର ଜଷ୍ଟିସ ଜେବି ସିହ୍ନା ମେମୋରିଆଲ ଉଦ୍‌ଘାଟନୀ ସ୍ମୃତି ଅଭିଭାଷଣ ସଭାରେ ଏହା କହିଛନ୍ତି ପ୍ରଧାନ ବିଚାରପତି। ସେ କହିଛନ୍ତି ଯେ, ସକ୍ରିୟ ରାଜନୀତିରେ ଯୋଗ ଦେବାର ଖୁବ୍‌ ଇଚ୍ଛା ଥିଲା। କିନ୍ତୁ ଭାଗ୍ୟର ଇଚ୍ଛା କିଛି ଅଲଗା ଥିଲା। ଜୀବନରେ ଆଉ କିଛି ଲକ୍ଷ୍ୟ ଆଶାରେ ନିଷ୍ପତ୍ତି ବଦଳାଇବା ଏତେ ସହଜ ନଥିଲା। ସେଥିପାଇଁ ମୋତେ ବହୁ କଷ୍ଟ କରିବାବୁ ପଡ଼ିଥିଲା ବୋଲି କହିଛନ୍ତି। ଏହି ଅବସରରେ ବିଚାର ବ୍ୟବସ୍ଥାର ଥିବା ସମସ୍ୟାକୁ ନେଇ ନିଜର ମତ ରଖିଲେ। ସେ କହିଛନ୍ତି ଯେ, ଅଦାଲତରେ ଖାଲି ପଡ଼ିଥିବା ପଦବୀ ପୂରଣ ନହେବା ଏବଂ ଭିତ୍ତିଭୂମି ଉନ୍ନତି ନହେବା କାରଣରୁ ଦେଶରେ ଶତାଧିକ ମାମଲା ସମାଧାନ ନହୋଇ ପଡ଼ିରହୁଛି।
ଅସଲ ସମସ୍ୟା ନଜାଣି ଲୋକେ ବୀଚାରପତିଙ୍କୁ ଦୋଷ ଦିଅନ୍ତି। ଅନେକ ସମୟରେ ଏହି ସମସ୍ୟା ସମ୍ପର୍କରେ ମୁଁ ଉତଥାପନ କରିଛି। ଉଭୟ ଭିତ୍ତିଭୂମି ଓ ମାନବ ସମ୍ବଳ ଆବଶ୍ୟକତା ପାଇଁ ପ୍ରସ୍ତାବ ଦେଇଛି । ସେହିପରି ଅବସର ପରେ ବିଚାରପତିମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ସେ କହିଛନ୍ତି ଯେ ଏବେ ବିଚାରପତିମାନଙ୍କୁ ଅବସର ପରେ ଶାରୀରିକ ଆକ୍ରମଣ କରାଯାଉଛି। ଯେଉଁ ସମାଜରେ ଅପରାଧୀ ଦୋଷୀ ସାବ୍ୟସ୍ତ ହୋଇ ରହୁଛନ୍ତି ସେଇ ସମାଜରେ ବିଚାରପତିମାନେ ରହୁଛନ୍ତି।
ହେଲେ ସେଇ ବିଚାରପତିମାନଙ୍କର ସୁରକ୍ଷା ପାଇଁ ବିଶେଷ ବ୍ୟବସ୍ଥା ନାହିଁ। ଅନ୍ୟ ବୃତ୍ତିମାନଙ୍କରେ କେମିତି ସୁରକ୍ଷା ଯୋଗାଇ ଦିଆଯାଉଛି ସେ ବିଷୟରେ ଉଦାହାରଣ ଦେଇଥିଲେ ରମନ୍ନା। ତାଙ୍କ କହିବା ଅନୁଯାୟୀ ଦେଶରେ ରାଜନେତା, ବ୍ୟୁରୋକ୍ରାଟ, ପୁଲିସ ଅଫିସର ଏବଂ ଲୋକ ପ୍ରତିନିଧିମାନଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉଛି। କିନ୍ତୁ ବିଚାରପତିମାନଙ୍କୁ ସେଭଳି ସୁରକ୍ଷା ଯୋଗାଇ ଦିଆଯାଉ ନଥିବା ସେ କ୍ଷୋଭ ପ୍ରକାଶ କରିଥିଲେ। ଏହି ଅବସରରେ ସେ ଦେଶର ଗଣମାଧ୍ୟମର କାର୍ଯ୍ୟକଳାପକୁ ମଧ୍ୟ କଡ଼ା ସମାଲୋଚନା କରିଥିଲେ।

ad-week
Leave A Reply

Your email address will not be published.