ଖବର ପ୍ରକାଶ ପାଇବା ପରେ ରାସ୍ତା ମରାମତି କାମ ଆରମ୍ଭ

add-all

ଫୁଲବାଣୀ : ଗଣ ମାଧ୍ୟମ଼ରେ ଖବର ପ୍ରକାଶ ପାଇବା ପରେ ଫୁଲବାଣୀ ସହରର ମୁଖ୍ୟରାସ୍ତା ମରାମତି କାର୍ଯ୍ୟ ଆରମ୍ଭ ହୋଇଛି l ଫୁଲବାଣୀ ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ସକାଳୁ କାର୍ଯ୍ୟ ଆରମ୍ଭ କରିଛି ଠିକାଦାର l ଗତ କିଛିଦିନ ହେଲା ରାସ୍ତାରୁ ପିଚୁସହ ଗୁଡ଼ି ଉଠି ଯିବା ଫଳରେ ଏହି ରାସ୍ତା ରେ ଟାଉନ ଥାନା ଓ ଜିଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବାୟୁ ପ୍ରଦୂଷଣ ବଢିଯିବା ସହ ରାସ୍ତାରେ ଯିବା ଆସିବା ବେଳେ ଦୂର୍ଘଟଣା ମଧ୍ୟ ହେଉଥିଲା l ପୋଲିସ କର୍ମଚାରୀ ମାନେ ଡିଉଟି କରିବାବେଳେ ପ୍ରଦୂଷଣ ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଥିଲେ l ଏସମ୍ପର୍କରେ ଖବର କାଗଜରେ ପ୍ରକାଶ ପାଇବାସହ ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ପ୍ରିୟ ବ୍ରତ ସାମନ୍ତରାୟଙ୍କୁ ମଧ୍ୟ ରାସ୍ତା ମରାମତି ପାଈଁ ପ୍ରେସ କ୍ଲୁବ ସଭାପତି ତଥା ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ଦୃଷ୍ଟି ଆକର୍ଷଣ କରିଥିଲେ l ସେହିପରି ପୋଲିସ ଏସ.ଡ଼ି ପି ଓ ମହେନ୍ଦ୍ର ନାଥ ମୁର୍ମୁ ମଧ୍ୟ ରାସ୍ତା ମରାମତି ନେଇ ପୂର୍ତ୍ତ ବିଭାଗ କତୃପକ୍ଷଙ୍କ ସହ ଆଲୋଚନା କରିଥିଲେ l ଫଳରେ ପୂର୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଏହାକୁ ଗୁରୁତର ସହ ଗ୍ରହଣ କରି କୃଷି ବିଭାଗ ଠାରୁ ଜଗନାଥ ମନ୍ଦିର ଯାଏ ରାସ୍ତା ମରାମତି କାର୍ଯ୍ୟ ଆରମ୍ଭ କରିଥିବାରୁ ସହରବାସୀ ଖୁସି ବ୍ୟକ୍ତ କରିବା ସଂଗେ ପୂର୍ତ୍ତ ବିଭାଗ କତୃପକ୍ଷଙ୍କୁ କୃତଜ୍ଞତା ଜଣାଇଛନ୍ତି l ସେହିପରି ପ୍ରେସ କ୍ଲୁବ ସଭାପତି ମଧ୍ୟ ପୂର୍ତବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟଙ୍କୁ ଧନ୍ୟବାଦ ଜଣାଇଵା ସହ ଆଗାମୀ ଦିନରେ ସହଯୋଗ କାମନା କରିଛନ୍ତି l ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ. ସାମନ୍ତରାୟଙ୍କ କାର୍ଯ୍ୟ ଦକ୍ଷତା, ଆନ୍ତରିକତା, ଓ ଉଦ୍ୟମ ଜୋଂଗୁଁମାତ୍ର ୨ /୩ ଦିନ ମଧ୍ୟରେ ଏହା ସମ୍ବବ ହୋଇପାରଛି l

ad-week
Leave A Reply

Your email address will not be published.