
ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଜଙ୍ଗଲ ବିଭାଗ ରେଞ୍ଜ ଅନ୍ତର୍ଗତ ପକାରୀ ଯିରୀଙ୍ଗପଡା ସାହିର ମନ କହଁର (୫୫ ) ବିଲରେ ସକାଳୁ ଏକାକୀ ହଳ କରୁଥିବା ବେଳେ ଅତର୍କିତ ଭାବେ ଆକ୍ରମଣ କରିଥିଲା ଏକ ଜଙ୍ଗଲୀ ବାରହା l ଫଳରେ ମନ ଗୁରୁତର ଆହତ ହୋଇ ପଡିଥିଲେ। ମନଙ୍କ ଚିତ୍କାର ଶୁଣି ଗାଁ ଲୋକେ ବାରହା କବଳରୁ ଉଦ୍ଧାର କରି ପ୍ରଥମେ ଫିରିଙ୍ଗିଆ ଡାକ୍ତର ଖାନାକୁ ଚିକିତ୍ସା ପାଈଁ ଆଣିଥିଲେ ପରେ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା ତେଵେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ଯୁ ଘଟିଥିଲା ବୋଲି ଫିରିଙ୍ଗିଆ ରେଞ୍ଜ ଅଫିସର ବିଜୟ କୁମାର ମଲ୍ଲିକ କହିଛନ୍ତି l
ଏନେଇ ଗୋଚ୍ଛାପଡା ଥାନାରେ ଏକ ମାମଲା ମଧ୍ୟ ରୁଜ୍ଜୁ ହୋଇଛି l
ବନ ବିଭାଗ ପକ୍ଷରୁ ବର୍ତମାନ ଚାଳିଶ ହଜାର ଟଙ୍କା କ୍ଷତିପୂରଣ ରାଶି ମୃତକଙ୍କ ପରିବାର ବର୍ଗଙ୍କୁ ପ୍ରଦାନ କରାଯିବ ବୋଲି ରେଞ୍ଜର ମଲ୍ଲିକ କହିଛନ୍ତି l ତଦନ୍ତ ପରେ ବଳକା କ୍ଷତିପୂରଣ ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି l