ବାବୁ ପରିବାର ପାଖକୁ ଫେରି ଖୁସିରେ ସଂସାର କରୁ : ମନ୍ମଥ

add-all

ଭୁବନେଶ୍ୱର: ଅଭିନେତା ବାବୁସାନ ମହାନ୍ତି, ତାଙ୍କ ସ୍ତ୍ରୀ ତୃପ୍ତି ଶତପଥୀ, ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି। ମଙ୍ଗଳବାର ପ୍ରକୃତିଙ୍କ ବାପା ମନ୍ମଥ ମିଶ୍ର ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ସେ ଚାହାନ୍ତି ବାବୁସାନ ତାଙ୍କ ଘରକୁ ଫେରିଯାଆନ୍ତୁ । ସୋମବାର ଚେନ୍ନାଇରେ ବାବୁଙ୍କୁ ମନ୍ମଥ ଭେଟିଛନ୍ତି ।

ମଙ୍ଗଳବାର ଚେନ୍ନାଇରୁ ଓ ଫେରିବା ପ୍ରକୃତିଙ୍କୁ ପୋଲିସ ଜେରା କରିଥିଲା। ଝିଅକୁ ଜେରା ପରେ ବାପା ମିଡିଆ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ‘ମୁଁ ଚାହୁଁଛି ବାବୁ ତା ପରିବାର ପାଖକୁ ଫେରିଯାଉ ଓ ସୁଖର ସଂସାର କରୁ ‘। ତେବେ ପ୍ରକୃତି ମିଶ୍ରଙ୍କୁ ପୋଲିସ କି କି ପ୍ରଶ୍ନ କରିଛି ସେ ପ୍ରଶ୍ନକୁ ସେ ଏଡ଼ାଇ ଯାଇଛନ୍ତି । ଥାନାରେ ଏତଲା କରାଯାଇଥିବାରୁ ଆଜି ଝିଅକୁ ପଚରାଉଚରା କରିଥିବା ସେ କହିଛନ୍ତି ।

ad-week
Leave A Reply

Your email address will not be published.