ଆରଆଇଙ୍କୁ ପଥର ମାଫିଆଙ୍କ ଆକ୍ରମଣ ଘଟଣା : ପଥର ଖାଦାନ ଓ ମାଫିଆଙ୍କ ବାସଭବନରେ ଚଢାଉ

add-all

ନୀଳଗିରି, ୨୬।୭ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଚୋରା ପଥର ମାଫିଆଙ୍କ ଦୌରାତ୍ମ୍ୟ ଵୃଦ୍ଧି ହେବାରେ ଲାଗିଛି। ନୀଳଗିରି ତହସିଲ ଅଧିନ ବାଘମରା ଅଞ୍ଚଳରେ ସୋମବାର ବ୍ଲାଷ୍ଟିଙ୍ଗ କରି ଚୋରାରେ ପଥର ଚୋରି ହେଉଥିଲା।

ତହସିଲଦାରଙ୍କ ନିର୍ଦେଶରେ ସଜନାଗଡ଼ ଆର ଆଇ କେଏସ ସନ୍ତୋଷ କୁମାରଙ୍କୁ ଘଟଣାସ୍ଥଳକୁ ତଦନ୍ତ କରିବାକୁ ଯାଇ ଫଟୋ ଉତ୍ତୋଳନ କରିଥିଲେ।

ଫେରିବା ସମୟରେ ତାଙ୍କୁ ପଥର ମାଫିଆ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡ଼ିଛି। ପୋଡାଶୂଳ ଅଞ୍ଚଳର ବିଶ୍ୱନାଥ ଦାସ ଓ ତାଙ୍କ ପୁଅ ଏହି ଆକ୍ରମଣ କରିଥିବା ନୀଳଗିରି ଥାନାରେ ଅଭିଯୋଗ ହୋଇଥିଲା। ପୂର୍ବରୁ ବେଆଇନ ବିସ୍ଫୋରକ ଦ୍ରବ୍ୟରେ ପଥର ବ୍ଲାଷ୍ଟିଙ୍ଗ ଭଳି ଅଭିଯୋଗ ଥାନାରେ ହୋଇଥିଲା।

ନୀଳଗିରି ଉପଜିଲ୍ଲାପାଳ,ତହସିଲଦାର ଓ ଆଇଆଇସି ପୋଲିସ ଫୋର୍ସ ନେଇ ଚୋରା ଖାଦାନ ଓ ଆକ୍ରମଣ କରିଥିବା ମାଫିଆଙ୍କ ଘରେ ଚଢ଼ାଉ କରିଥିଲେ। କମ୍ପ୍ରେସର ମେସିନ,ଟ୍ରାକ୍ଟର,ଜିପ ସହ ବହୁ ଯନ୍ତ୍ରାଂଶ ଜବତ ହୋଇଥିବା ଜଣାପଡିଛି। ଏହି ଚଢ଼ାଉ ପରେ ପଥର ମାଫିଆ ମାନଙ୍କ ଭିତରେ ଛନକା ପଶିଥିବା ଜଣାପଡିଛି।

ad-week
Leave A Reply

Your email address will not be published.