ଆର୍ମୀ ପବ୍ଲିକ୍ ସ୍କୁଲ୍ ଆନୁକୂଲ୍ୟରେ ପାଳିତ ହୋଇଛି କାର୍ଗିଲ ବିଜୟ ଦିବସ…

add-all

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବହୁ ପୁରାତନ ଗୋପାଳପୁର ମିଲିଟାରୀ ଷ୍ଟେସନ୍ ଅଧିନସ୍ଥ ଆର୍ମୀ ପାବ୍ଲିକ୍ ସ୍କୁଲ୍ ଠାରେ ବହୁ ଆଡମ୍ବର ସହକାରେ କାର୍ଗିଲ୍ ବିଜୟ ଦିବସ ପାଳନ କରାଯାଇଛି । ଶିକ୍ଷାନୁଷ୍ଠାନର ପ୍ରିନ୍ସିପାଲ୍ ଶ୍ରୀ ପ୍ରଦୀପ କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ବିଭିନ୍ନ କକ୍ଷର ବିଦ୍ୟାର୍ଥୀଙ୍କ ମଧ୍ୟରେ ସ୍ତମ୍ଭ ଲିଖନ,ଚିତ୍ର ତଥା ଭାଷଣ ଭଳି ପ୍ରତିଯୋଗିତାର ଅୟୋଜନ କରାଯାଇଥିଲା ।ଏହି ଅବସରରେ N.C.C. ବିଭାଗର ବରିଷ୍ଠ ବିଭାଗର ଅଧିକାରୀ ଶ୍ରୀମତି ଅନିତା ବାରିକ ଓ କନିଷ୍ଠ ବିଭାଗର ଅଧିକାରୀ ଅର୍ଦ୍ଧି ତେଜା ତଥା ଅନୁଷ୍ଠାନର ଅନ୍ୟ କର୍ମଚାରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଛାତ୍ର ଜୀବନରେ ଦେଶ ସେବା ମନୋଭାବକୁ ଅନ୍ତଗ୍ରହଣ କରି କିଭଳି ଏକ ଦାୟିତ୍ବବାନ ନାଗରିକ ଭାବେ ଭବିଷ୍ୟତ ଗଢ଼ି ତୋଳିବେ ସେ ସମ୍ପର୍କରେ ପ୍ରିନ୍ସିପାଲ୍ ଉଦବୋଧନ ଦେଇଥିଲେ । ପରିଶେଷରେ ପ୍ରତ୍ୟେକ ଶିକ୍ଷାର୍ଥୀ ଆଗାମୀ ଦିନରେ ଦେଶ ସେବା ବ୍ରତରେ ନିଜକୁ ବ୍ରତୀ କରିବେ ବୋଲି ସାମୁହିକ ଶପଥ ଗ୍ରହଣ କରିଛନ୍ତି ।

ad-week
Leave A Reply

Your email address will not be published.