ବଟି ଆଦାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମାରପିଟ ଘଟଣା ରେ ଛଅ ଅଟକ…

add-all

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଅଭର ବ୍ରିଜ ନିକଟରେ ଥିବା ବଦର୍ଶ ବାରରେ ଗତକାଲି ରାତ୍ର ୧୧ଟା ସମୟରେ ବଟି ଆଦାୟକୁ କେନ୍ଦ୍ର କରି ଦୁଇ ଗୋଷ୍ଠି ମଧ୍ୟରେ ମୁହାଁମୁହିଁ ହୋଇଥିଲେ । ଏ ନେଇ ଆଜି ଅଭୟ ଗୋଷ୍ଠୀ ପକ୍ଷରୁ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପ୍ରକାରେ ପୁଲିସ ଦୁଇଟି ପୃଥକ ମାମଲା ରୁଜୁ କରିଛି । ବଦର୍ଶ ବାରର କର୍ମଚାରୀ ଧୀରେନ୍ଦ୍ର ସେଠି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ କେସ ନଂ୧୪୧/୨୨ରେ ମାମଲାରେ ବଡ଼ଗୁମୁଳା ଗ୍ରାମର ଟୁନା ସେଠି,ପଲ୍ଲି ଗୁମୁଳାର ଗୟା ସେଠି,ବାବୁନା ଜେନା, ଭୀମ ସେନ ପାତ୍ର, ଖଡ଼ାସିଙ୍ଗର ସଞ୍ଜୟ ପାତ୍ରଙ୍କ ନାମ ରେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିବା ବେଳେ ପଲ୍ଲୀ ଗୁମୁଳା ଅଞ୍ଚଳ ର ବାବୁନା ଜେନା ଫେରାର୍ ଏବଂ ଅନ୍ୟ ଚାରି ଜଣକୁ ଅଟକ ରଖି ପଚରାଉଚରା କରୁଥିବା ପୋଲିସ ପକ୍ଷ ରୁ ସୂଚନା । ଅନ୍ୟ ପକ୍ଷେ ଦ୍ୱିତୀୟ ଗୋଷ୍ଠୀ ର ବଡ଼ଗୁମୁଳା ଗ୍ରାମର ଟୁନା ସେଠି ଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପ୍ରକାରେ କେସ ନଂ ୧୪୨/୨୨ରେ ଏକ ମାମଲା ରୁଜୁ କରି ବଦର୍ଶ ବାରର କର୍ମଚାରୀ ଧୀରେନ୍ଦ୍ର ସେଠୀ, ସୁରଜ ଦଳାଇ, ଭିକି ସେଠୀଙ୍କ ନାରେ ଅଭିଯୋଗ ହେଇଥିବା ବେଳେ ଭିକି ସେଠି ଫେରାର୍ ଏବଂ ଅନ୍ୟ ଦୁଇ ଜଣକୁ ଅଟକ ରଖି ତଦନ୍ତ କରୁଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।

ad-week
Leave A Reply

Your email address will not be published.