ଦାଦନ ଖଟିବାକୁ ତାମିଲନାଡ଼ୁ ଯାଇ ଯୁବକ ନିଖୋଜ

Independence

ଉମରକୋଟ : ନବରଙ୍ଗପୁର ଜ଼ିଲ୍ଲା୍ର ରାଇଘର ବ୍ଲକ ଏକ ଉପାନ୍ତ ମାଓ ଅଧ୍ୟୁଷିତ ଅଞ୍ଚଳ ହାଇଥିବାରୁ ଶ୍ରମିକ ଦଲାଲ ମାନେ ନାନା ପ୍ରଲୋଭନ ଦେଖାଇ ଶ୍ରମିକ ମାନଙ୍କୁ ବାହାର ରାଜ୍ୟରେ ଦାଦନ ଖଟାଇବାକୁ ନେଇ ଯାଉଛନ୍ତି | ଶ୍ରମିକମାନେ ନିଜ ଅଞ୍ଚଳର କାମ ଛାଡ଼ି ଅଧିକା ଉପାର୍ଜନର ଆଶା ନେଇ କିଛି ନ ଜାଣି କିଛି ନ ଶୁଣି ଦଲାଲ ମାନଙ୍କର ପ୍ରଲୋଭନର ଶିକାର ହୋଇ ବାହାର ରାଜ୍ୟ ତାମିଲନାଡୁ, ଆନ୍ଦ୍ରପ୍ରଦେଶ, ହାଇଦ୍ରାବାଦ, କର୍ଣ୍ଣାଟକ ଓ ରାଜସ୍ଥାନ ପ୍ରଭୃତି ଯାଇ ଅସୁବିଧାର ସମ୍ମୁଖୀନ ହେବାର ଦେଖିବାକୁ ମିଳୁଛି | ସେମିତି ଏକ ଘଟଣା ଘଟିଯାଇଛି ପରଚିପାରା ପଞ୍ଚାୟତର ମାଳାପାଡ଼ା ଗ୍ରାମରେ | ଏହି ଗ୍ରାମର ମନିଷ ରାମ ଗଣ୍ଡ, ପିତା – ମଙ୍ଗଳୁ ଗଣ୍ଡ ଦାଦନ ଖଟିବାକୁ ଯାଇ ନିଖୋଜ ଥିବା ଜଣାପଡ଼ିଛି | ମନିଷ ସେହି ଗ୍ରାମର ଦଲାଲ ମିତେଶ ଗଣ୍ଡର ପ୍ରଲୋଭନର ଶିକାର ହୋଇ ଆଜିକୁ ବର୍ଷେ ପାଞ୍ଚ ମାସ ତାମିଲନାଡ଼ୁରେ କାମ କରୁଥିଲା ଓ ରେଗୁଲାର ଘରେ ଫୋନ ଯୋଗେ କଥା ବାର୍ତା ହେଉ ଥିଲା କିନ୍ତୁ ଜୁନ୍‌ ୧୬ ତାରିଖଠାରୁ ତାର ଆଉ ଫୋନ ଲାଗୁ ନାହିଁ | ମନୀଷ ରାମ ଗଣ୍ଡର ବାବା ମଙ୍ଗଳୁ ଗଣ୍ଡ, ଦଲାଲ ମିତେଶ ଗଣ୍ଡଙ୍କୁ ତାଙ୍କ ପୁଅ ବିଷୟରେ ପଚାରିବାରୁ ମୁଁ ତୁମ ପୁଅ କୋଉଟି ଅଛି କେମିତି ଜାଣିବି କହି ମଙ୍ଗଳୁ ଗଣ୍ଡକୁ ଅଭଦ୍ର ଭାଷାରେ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି ମଙ୍ଗଳୁ ଗଣ୍ଡ | ନିରାଶ ହୋଇ ମଙ୍ଗଳୁ ଗଣ୍ଡ ପୁଅର ସନ୍ଧାନ ନେବା ପାଇଁ ସବୁଆଡ଼େ ଫୋନ ଯୋଗେ ଯୋଗାଯୋଗ କରି ବିଫଳ ହେବା ପରେ ଜୁଲାଇ ୨୫ ତାରିଖରେ କୁନ୍ଦେଇ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ତୁରନ୍ତ ତାଙ୍କ ପୁଅକୁ ଖୋଜି ଆଣିବାକୁ ପ୍ରଶାସକକୁ ଆକୁଳ ନିବେଦନ କରିଛନ୍ତି ମଙ୍ଗଳୁ ଗଣ୍ଡ |

ad-week
Leave A Reply

Your email address will not be published.