ଅବକାରୀ ବିଭାଗ ତରଫରୁ ୩୦୦ କେଜି ଗଞ୍ଜେଇ ଜବତ

add-all

ମାଲକାନଗିରି, ୨୭।୭ : ମାଲକାନଗରି ଜିଲ୍ଲା ଅବକାରୀ ବିଭାଗ ତରଫରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିବା ସହ ଏଥିରେ ସମ୍ପୃକ୍ତ ଜଣେ ମହିଳା ଗିରଫ ହୋଇଛନ୍ତିା ସୁଚନା ମୁତାବକ ଜିଲ୍ଲାପାଳ ବିଶାଲ ସିଂ ଓ ଅବକାରୀ ଅଧିକ୍ଷକ ଅରୁଣ ପାଢିଙ୍କ ନିର୍ଦେଶ କ୍ରମେ ଅବକାରୀ ବିଭାଗ ତରଫରୁ ବାଲିମେଳା ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବିଶେଷ ସୁତ୍ରରୁ ଖବର ପାଇ ଡଙ୍ଗାକୁଣ୍ଡ ଗ୍ରାମରେ ଚଢାଉ କରିଥିଲୋ ଉକ୍ତ ଗ୍ରାମରେ ମଙ୍ଗୁଳି ଭୁମିଆ ନାମକ ଜଣେ ମହିଳାଙ୍କ ଘରେ ଗଞ୍ଜେଇ ଗଚ୍ଛିତ ଥିବା ଜାଣି ଉକ୍ତ ଘର ଉପରେ ଚଢାଉ କରି ଗଞ୍ଜେଇ ସହ ମହିଳାଙ୍କୁ ଗିରଫ କରିଛନ୍ତିା ଉକ୍ତ ଜବତ ଗଞ୍ଜେଇ ମୋଟ ୩୦୦ କେଜି ଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୧୫ ଲ କ୍ଷରୁ ଊର୍ଦ୍ଧ୍ଵ ହେବ ବୋଲି ଅବକାରୀ ବିଭାଗ ତରଫରୁ ସୁଚନା ଦିଆ ଯାଇଛି ।

ad-week
Leave A Reply

Your email address will not be published.