କାଟିବାକୁ ଯାଇଥିଲେ ବାଉଁଶ, ମିଳିଲା ମୃତ ଶରୀର

add-all

କୋରୁକୋଣ୍ଡା (୨୭/୦୭) : ମାଲକାନଗିରି ସଦର ଥାନା ଅନ୍ତର୍ଗତ କୋରୁକୋଣ୍ଡା ସଦର ମହକୁମାରେ ବୁଧବାର ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସୂଚନାନୁଯାୟୀ, କୋରୁକୋଣ୍ଡା ଗ୍ରାମର ଭୀମ ଦାସ (୫୫) ଆଜି ମଧ୍ୟାହ୍ନରେ ଘରୁ ମଙ୍ଗଳା ମନ୍ଦିର ନିକଟରେ ଥିବା ନିଜ ଜମିକୁ ବାଉଁଶ ଆଣିବା ପାଇଁ ଯାଇଥିଲେ। ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଜମିକୁ ଯାଇ ଖୋଜାଖୋଜି କରିଥିଲେ। ତେବେ ବାଉଁଶ ବୁଦା ମୂଳରେ ରକ୍ତ ପଡ଼ିଥିବା ଦେଖି ପରିବାର ଲୋକେ ଚିନ୍ତିତ ହୋଇ ଆଖପାଖ ସ୍ଥାନରେ ଖୋଜାଖୋଜି କରିଥିଲେ। ତେବେ ବାଉଁଶ ବୁଦା ମୂଳରୁ ରକ୍ତ ଛିଟା ପଡ଼ି ଘୋଷାଡ଼ି ହୋଇ ଯାଇଥିବା ଚିହ୍ନ ଦେଖି ସେହି ଚିହ୍ନ ଅନୁଯାୟୀ ପରିବାର ଲୋକେ ନିକଟରେ ଥିବା ନଈ ସହ ସଂଯୋଗ ହୋଇଥିବା ନାଳ ନିକଟରେ ଭୀମଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଦେଖିବାକୁ ପାଇଥିଲେ। ତେବେ ଭୀମଙ୍କ ମୁଣ୍ଡ ପଛ ପଟେ ଗଭୀର ଆଘାତ ଥିବା ଦେଖିବାକୁ ମିଳିଥିବା ବେଳେ ଭୀମ ବାଉଁଶ କାଟିବା ନିମନ୍ତେ ନେଇଥିବା ଟାଙ୍ଗିଆଟି ନିଖୋଜ ଥିଲା। ହତ୍ୟା ସନ୍ଦେହ କରି ତୁରନ୍ତ ଘର ଲୋକେ ମାଲକାନଗିରି ଥାନାକୁ ଯୋଗଯୋଗ କରିବାରୁ ମାଲକାନଗିରି ଆଦର୍ଶ ଥାନାଧିକାରୀ ରିଗାନ କିଣ୍ଡୋ ପହଞ୍ଚି ମୃତଦେହକ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଜାରି ରଖିଛନ୍ତି । ତେବେ ଅଞ୍ଚଳରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବା ବେଳେ କିଏ ଏବଂ କାହିଁକି ଏଭଳି ଘଟଣା ଘଟାଇଛି ତାହା ସ୍ପଷ୍ଟ ହୋଇନାହିଁ।

ad-week
Leave A Reply

Your email address will not be published.