ଚିତ୍ରକୋଣ୍ଡା ବ୍ଲକରେ ପଞ୍ଚାୟତ ପ୍ରତିନିଧିଙ୍କୁ ଦିନିକିଆ ସଚେତନତା କର୍ମଶାଳା

add-all

ଚିତ୍ରକୋଣ୍ଡା (୨୭/୦୭) : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସଭାଗୃହ ଠାରେ ଜିଲା ସାମାଜିକ ସୁରକ୍ଷା ଓ ଭିର୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଜିଲା ସାମଜିକ ସୁରକ୍ଷା ଅଧିକାରୀ ପଦ୍ମରଞ୍ଜନ ଦାଶଙ୍କ ଆହ୍ୱାନ କ୍ରମେ ମାଲକାନଗିରି ଜିଲା ପରିଷଦ ଅଧକ୍ଷା ଶ୍ରୀମତୀ ସମାରି ତାଙ୍ଗୁଲଙ୍କ ଅଧକ୍ଷତାରେ ଚିତ୍ରକୋଣ୍ଡା ବ୍ଲକ ଅଧକ୍ଷା ରାଜେଶ୍ୱରୀ ଖିଲ, ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ, ଉପାଧ୍ୟାକ୍ଷା ପଦ୍ମନାଭ ଦାନୀ ଙ୍କ ଉପସ୍ଥିତିରେ ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଅଠର ଗୋଟି ପଞ୍ଚାୟତ ର ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଏକ ଦିବସିଅ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ସମସ୍ତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଜିଲା ସାମାଜିକ ସୁରକ୍ଷା ଏବଂ ଭିର୍ଣ୍ଣକ୍ଷମ ସଶକ୍ତିକରଣ ବିଭାଗରେ ଯାଉଥିବା ସମସ୍ତ ଯୋଜନା ଗୁଡ଼ିକୁ ଯଥା:-ବିଭିର୍ଣ୍ଣ ଭତ୍ତା କାର୍ଯ୍ୟକ୍ରମ, ଭୀମଭୋଇ ଭିର୍ନକ୍ଷମ କାର୍ଯ୍ୟକ୍ରମ ରେ ସମସ୍ତ ଶାରୀରିକ, ବିକଳାଙ୍ଗ, ବାଧିତ, ମୁକ, ଅକ୍ଷମ ଵ୍ୟକ୍ତି ଙ୍କୁ ଚି଼ହ୍ନଟି କରଣ ଓ ସହାୟତା ପ୍ରଦାନ ଭଳି ଉକ୍ତ ବିଭାଗରେ ଯାଉଥିବା ସମସ୍ତ ଯୋଜନାକୁ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମ ରଞ୍ଜନ ଦାଶ ପୁଙ୍ଖାନୁପୁଙ୍ଖ ଭାବରେ ସ୍ପଷ୍ଟ ରେ ଜଣାଇଥିଲେ l  ଉକ୍ତ କାର୍ଯ୍ୟକ୍ରମ କୁ ଚିତ୍ରକୋଣ୍ଡା ବିଏସଏସଓ ଅମର ମାଡ଼କାମି ପରିଚାଳନା କରିଥିଲେ l 

ad-week
Leave A Reply

Your email address will not be published.