୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

add-all

ଫୁଲବାଣୀ : ବର୍ତ୍ତମାନ ବର୍ଷା ଦିନ। ବର୍ଷା ଯୋଗୁଁ ସମସ୍ତ ଅଞ୍ଚଳ ପ୍ରାୟ ସନ୍ତସନ୍ତିଆ। ଏଣୁ ସାପ ଭଳି ସରିସୃପ ଅନେକ ସ୍ଥାନରେ ଜନବସତି ତଥା ଘର ଅଗଣାକୁ ଚାଲି ଆସିବା ଘଟଣା ଦେଖିବାକୁ ମିଳୁଛି। ଫୁଲବାଣୀ ସହରରେ ଏଭଳି ସାପ ଗୁଡ଼ିକର ସୁରକ୍ଷିତ ଉଦ୍ଧାର କାର୍ଯ୍ୟ ପାଇଁ ଟିମ୍ ହ୍ୟୁମାନିଟି କନ୍ଧମାଳର ସ୍ନେକ ହେଲ୍ପଲାଇନ ସଦସ୍ୟ ସବୁବେଳେ ତତ୍ପର ଥାଆନ୍ତି।ବୁଧବାର ସନ୍ଧ୍ୟା ୮ ଟା ସମୟରେ ସହରଠୁ ପ୍ରାୟ ୫ କିଲୋମିଟର ଦୂର ମୂଳ ଗୁଦାରୀ ଗାଁ ମଧ୍ୟରେ ଏକ ଅଜଗର ସାପ ପଶିଥିବା ନେଇ ଗାଁ ଲୋକେ ଟିମ୍ ହ୍ୟୁମାନିଟି ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ଖବର ପାଇ ଟିମ୍ ସଦସ୍ୟ ପ୍ରଶାନ୍ତ କୁମାର ପାଣିଗ୍ରାହୀ ,ଭି.ଜଗନ୍ନାଥ ରାଜୁ , ସାଇରାମ ପାତ୍ର , ଅନ୍ତର୍ଯ୍ୟାମୀ ପ୍ରଧାନ , ଅନୁପ ବିକ୍ରମ ପାତ୍ର , ଏସ ଅବଦୁଲ ସାକୀର , ଅରବିନ୍ଦ ବେହେରା , ଅମରଜ୍ୟୋତି ପ୍ରଧାନ , ତୁରନ୍ତ ଉକ୍ତ ଗାଁରେ ପହଞ୍ଚିଥିଲେ। ୭-୮ଫୁଟ ଲମ୍ବ ଥିବା ଅଜଗର ସାପଟିକୁ ଟିମ୍ ସଦସ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରି ଗାଁ ଠାରୁ ଦୂର ଜଙ୍ଗଲରେ ଛାଡ଼ି ଆସିଥିଲେ।

ad-week
Leave A Reply

Your email address will not be published.