ବେଆଇନ ମଦ ବିକ୍ରି ଅଭିଯୋଗ : ହୋଟେଲ ମାଲିକ ସହ ମଦ ଜବତ…

add-all

             

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ନିକଟରେ ଥିବା ହାଇୱେ ଢ଼ାବା ରେ ଆଜି ରାତ୍ର ପ୍ରାୟ ସାଢେ଼ ୯ ଟା ବେଳେ ସଦର ଏସ ଡି ପି ଓ ଶିବ ଶଙ୍କର ମହାପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ଙ୍କ ନେତୃତ୍ୱରେ ଏକ ଟିମ୍ ବିନା ଲାଇସେନ୍ସ ରେ ଚୋରା ମଦ ବେପାର କରୁଥିବା ଖବର ପାଇ  ହାଇୱେ ଢ଼ାବା ଉପରେ ଚଢ଼ାଉ କରିଥିଲେ l ହୋଟେଲ ରୁ ୧୮.୯୪୫ ଲିଟର ମଦ ( ଟିନ ବିୟର ୧୬, କାଚ ବିଅର ପ୍ରାୟ ୧୬ ଟି, ରମ୍, ୱିସ୍କ୍କି ) ଆଦି  ଜବତ କରିବା ସହ ନଗଦ ୨୧୬୦ ଟଙ୍କା ଜବତ କରି ଢ଼ାବା ମାଲିକ ପରିତୋଷ ନାୟକ (ମୁନା ) କୁ କେସ ନଂ ୧୪୩ /୨୨ ମାମଲା ରୁଜୁ କରି ଥାନା ରେ ଅଟକ ରଖିଥିବା ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ହୁଏତ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ l ଏଠାରେ ସୂଚନା ଥାଉକି ପକୁଡିବନ୍ଧ ଛକ ଠାରୁ ଗୋଳନ୍ଥରା ଥାନ ଯାଏ ଥିବା ଅନେକ ଢାବାରେ ଏହି ପରି ବେଆଇନ ମଦ ବିକ୍ରି କୁ ନେଇ ଅଭିଯୋଗ ହୋଇ ଆସୁଛି ତେଣୁ ଯଦି ଏହିପରି ଭାବରେ ପୋଲିସ ଯଦି ଚଢ଼ାଉ ଜାରି ରଖେ ନିଶ୍ଚିତ ଭାବେ ଅପରାଧୀ ନିୟଂତ୍ରଣ ହୋଇ ପାରନ୍ତା ବୋଲି ବୁଦ୍ଧି ଜୀବି ଓ ସାଧାରଣ ରେ ଦାବୀ ହେଉଛି

ad-week
Leave A Reply

Your email address will not be published.