ବିଦ୍ୟାଳୟରେ ପିଲାଟିଏ ଗଛଟିଏ କାର୍ଯ୍ୟକ୍ରମ

add-all

ହିଞ୍ଜିଳିକାଟୁ ତା୨୮।୭ : ହିଞ୍ଜିଳିକାଟୁ ବ୍ଳକ ଅନ୍ତର୍ଗତ କଚୁଂରୁ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଗୁରୁବାର ଦିନ” ପିଲାଟିଏ ଗଛଟିଏ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କଞ୍ଚୁରୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଏ ଗୌରି ଆଚାରୀଙ୍କ ଅଧ୍ୟକ୍ଷତା ରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହିଞ୍ଜିଳିକାଟୁ ଗୋଷ୍ଟି ଶିକ୍ଷା ଅଧିକାରୀ ଏସ ଗିରିଧାରୀ ଯୋଗ ଦେଇଥିଲେ ଅନ୍ୟତମ ଅତିଥି ଭାବେ କଞ୍ଚୁରୁ ସରପଞ୍ଚ ମଦନ ମୋହନ ସେଠୀ, ଜିଲ୍ଲା ପରିଷଦ ସଭ୍ୟା ବାଇ ଗିତିଞ୍ଜଳି ,ଯନ୍ତ୍ରୀ ଶର୍ମିଷ୍ଟା ପଣ୍ଡା,ପିଇଓ ପ୍ରତାପ କୁମାର ସାହୁ,ବ୍ଳକ ବିଜୁ ଛାତ୍ର ଜନତା ଦଳର ସାଧାରଣ ସମ୍ପାଦକ ଶିବଶଙ୍କର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସହ ବର୍ତ୍ତମାନ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ପିଲାମାନଙ୍କୁ ବୁଝାଇଥିଲେ l ସ୍କୁଲ ର ସମସ୍ତ ଶିକ୍ଷକ ,ଶିକ୍ଷୟତ୍ରିଙ୍କ ସହ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ରହିଥିଲେ l ସ୍କୁଲ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l

ad-week
Leave A Reply

Your email address will not be published.