
ଉମରକୋଟ : ପରଚିପାଡ଼ା ଡିଏନକେ ଅଙ୍ଗନବାଡ଼ି କେନ୍ଦ୍ରରେ ପାନୀୟଜଳ ସଙ୍କଟ ଦେଖା ଦେବାରୁ ଅଙ୍ଗନବାଡ଼ି ଦିଦି ଶ୍ରୀମତି ଶେଫାଳି ବାଛାର ବାରମ୍ବାର ଆଇସିଡିଏସ ମାଡାମଙ୍କୁ ଅଭିଯୋଗ କରିବା ପରେ ଅଙ୍ଗନବାଡ଼ି ପାଖରେ ଥିବା ଏକ ସରକାରୀ ଅକାମି ନଳଭିତରେ ପାଣି ପମ୍ପ ମଟର ଲଗାଇ ଇଲେକ୍ଟ୍ରିସିଟି କନେକସନ ନ ଦେଇ ଛାଡ଼ି ଦେଇଥିଲେ | ଅଙ୍ଗନବାଡ଼ିରେ ପାଣି ନ ଥିବାରୁ ଅଙ୍ଗନବାଡ଼ି ଦିଦି ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିଲା ବେଳେ ଅନେକ ଦିନ ବିତି ଯିବା ପରେ ମଟରରେ ଇଲେକ୍ଟ୍ରିସିଟି କନେକସନ ନହେବାରୁ ସେହି ପରଚିପାଡ଼ା ଗ୍ରାମର ଶ୍ରୀ ବିଦ୍ୟୁତ ମଣ୍ଡଳ, ଶ୍ରୀ ଚନ୍ଦ୍ରଶେଖର ରାୟ ଓ ଶ୍ରୀ ସୁନୀଲ ଦେବନାଥ ବିନା କାହାକୁ ପଚାରି ମଟରରେ ଇଲେକ୍ଟ୍ରିସିଟି କନେକସନ ଦେଇ ପାଣି ଉଠାଇ ନିଜ ନିଜ ଘରକୁ ନେବା ସହିତ ଅଙ୍ଗନବାଡ଼ି ସେଣ୍ଟର କୁ ମଧ୍ୟ ପାଣି ଦେଲେ l ଏ ବିଷୟରେ ଅଙ୍ଗନବାଡ଼ି ଦିଦି ତାଙ୍କର ସେଣ୍ଟରର ସୁପରଭାଇଜର ମାଡାମ ଛବି ନାୟକଙ୍କ ଅବଗତ କରାଇଥିଲେ | କିନ୍ତୁ ସେ କୌଣସି ଉତ୍ତର ଦେଲେ ନାହିଁ | ଏହି ଭଲି ଇଲେକ୍ଟ୍ରିସିଟି ଚୋରି କରିବା ଏକ ଅପରାଧ | ଏ ନେଇ ସୁପରଭାଇଜର ମାଡାମ ଓ ଶିଶୁ ମଙ୍ଗଳ ଅଧିକାରୀ ତୁରନ୍ତ ଦୃଷ୍ଟି ଦେଇ ଏହାର ଏକ ସ୍ଥାୟୀ ସମାଧାନ କରିବା ପାଇଁ ଦାବୀ ହୋଇଛି |