
ଫୁଲବାଣୀ : ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଫୁଲବାଣୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ “ସ୍ଵାତୀ”ଙ୍କ ମିଳିତ ଉଦ୍ୟମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀ ଠାରେ “ବିଶ୍ବ ହେପାଟାଇଟ୍ସ ଦିବସ-୨୦୨୨” ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମଟି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. କଲ୍ୟାଣୀ ମିଶ୍ରଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଜାତୀୟ ମିଶନପରିଚାଳକ ମନୋରଂଜନ ସାହୁ ଓ ଡା. ବସନ୍ତ କୁମାର ପାତ୍ର ଅତିଥିଭାବେ ଯୋଗ ଦେଇଥିଲେ । ଡା. ପାତ୍ର ଆଜିର ଦିବସଟି ପାଳନର ଉଦ୍ଦେଶ୍ୟ ବୁଝାଇବାକୁ ଯାଇ ହେପାଟାଇଟ୍ସ ବ୍ୟାପିବାର ବିଭିନ୍ନ ମାଧ୍ୟମ, ଏହାର ଲକ୍ଷଣ ଓ ଉପଚାର ବିଷୟରେ ଉପସ୍ଥାପନା କରିଥିଲେ । ତତ୍ ସହିତ ଏହି ରୋଗର ନିରୂପଣ ଓ ଚିକିତ୍ସା ଉପାୟ ସରକାରଙ୍କ ତରଫରୁ ମାଗଣାରେ କରାଯାଏ ବୋଲି କହିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲା ଏଚ୍.ଆଇ.ଭି. ଏଡସ୍ ସୁପରଭାଇଜର ଦେବାଶିଷ ମିଶ୍ର, ଏଡିପିଏମ୍ସିଇଓ ଧରମେନ୍ଦ୍ର ତାଣ୍ଡୀ, ସ୍ଵାତୀ ଅନୁଷ୍ଠାନର ସଂପାଦକ ଇଂ. ହରିଶଙ୍କର ରାଉତ ପ୍ରମୁଖ ଯୋଗଦେଇ ହେପାଟାଇଟ୍ସ ସଂକ୍ରମଣ ରୋକିବା ପାଇଁ ହେଲେ ସମସ୍ତ ଜନ ସାଧାରଣ ନିଜର ପରୀକ୍ଷା କରାଇବା ସହ ସରକାର ଙ୍କର ଚିକିତ୍ସା ସୁବିଧା ନେବା ଉଚିତ୍ ବୋଲି ଦର୍ଶାଇଥିଲେ ।କାର୍ଯ୍ୟକ୍ରମରେ ଏକ ସାମୁହିକ ରକ୍ତ ପରୀକ୍ଷା କ୍ୟାମ୍ପ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଯାହାକି ମୂଖ୍ୟ ଚିକିତ୍ସାଳୟର ସୌରଭ ସୁନ୍ଦର ରଥ, ସ୍ମିତାଂଜଳୀ ମୋହାନ୍ତି ଓ ବର୍ଷା ପଟ୍ଟନାୟକ ପ୍ରମୁଖ ପରିଚାଳନା କରିଥିଲେ । ଏହି କ୍ୟାମ୍ପରେ ୪୦ ଜଣଙ୍କର ରକ୍ତ ନମୂନା ପରୀକ୍ଷା କରାଯାଇଥିବା ବେଳେ ଜଣେ ବ୍ୟକ୍ତି ହେପାଟାଇଟ୍ସ ବି ପଜିଟିଭ୍ ବାହାରିଥିଲେ ଏବଂ ତାଙ୍କୁ ଉପଯୁକ୍ତ ପରାମର୍ଶ ମଧ୍ୟ ଦିଆଯାଇଥିଲା ।କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର କର୍ମକର୍ତା ଓ ସ୍ୱାତୀ ଅନୁଷ୍ଠାନର ବିଶ୍ବରଂଜନ କର, ମମତା ଦାସ, ଶ୍ରଦ୍ଧା ମଲିକ, ସୀତା ରଣା, ରଶ୍ମୀରାଣୀ ସାହୁ ଓ ରୋହିମୁଦ ନାୟକ ପ୍ରମୁଖ ସହଯୋଗ କରିଥିଲେ ।