୧୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ ହେଲେ ପୋଲିସ ସବ୍ ଇନ୍ସପେକ୍ଟର

add-all

ନୟାଗଡ଼: ଗିରଫ ହେଲେ ଖୋଦ୍ ପୋଲିସ୍ ବାବୁ । ୧୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପୋଲିସ ସବ୍ ଇନ୍ସପେକ୍ଟର ।

ସୂଚନା ଅନୂଯାୟୀ, ଶୁକ୍ରବାର ନୟାଗଡ଼ ଖଣ୍ଡପଡା ଥାନା କଣ୍ଟିଲୋ ଆଉଟ ପୋଷ୍ଟ ସବ୍ ଇନ୍ସପେକ୍ଟର ପ୍ରଫୁଲ୍ଲ ଦେଓ ଜଣେ ଅଭିଯୋଗକାରୀଙ୍କଠାରୁ ସଂପୃକ୍ତ ଏକ କେସରେ ଜବତ ହୋଇଥିବା ତାଙ୍କ ମୋଟର ସାଇକେଲକୁ ମୁକ୍ତ କରିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଆଉ ଏହି ସମୟରେ ଧରାପଡ଼ିଥିଲେ ଭିଜିଲାନ୍ସ ହାତରେ ।

୨୦୨୧ ମସିହାରେ ଏକ ମାମଲାରେ ଜବତ ହୋଇଥିବା ମୋଟର ସାଇକେଲକୁ ଛାଡି ଦେବା ପାଇଁ ଖଣ୍ଡପଡା ବ୍ଲକ ପଥରଚକଡା ଗ୍ରାମର ବୁଲୁ ବାରିକଠାରୁ ନେଉଥିଲେ ଏହି ଲାଞ୍ଚ । ଏ ନେଇ ଅଭିଯୋଗ କରିବା ପରେ ନୟାଗଡ଼ ଏବଂ ଭୁବନେଶ୍ୱର ଭିଜିଲାନ୍ସ ହାତରେ ଧରାପଡିଲେ କଣ୍ଟିଲୋ ଫାଣ୍ଡି ଏସଆଇ ପ୍ରଫୁଲ୍ଲ କୁମାର ଦେଓ ।

ତେବେ ଲାଞ୍ଚ ନେବା ବେଳେ ୧୦ ହଜାର ଟଙ୍କା ସବଇନିସ୍ପେକ୍ଟର ପ୍ରଫୁଲ୍ଲ ଦେଓଙ୍କ ଠାରୁ ଜବତ କରିଛି ଭିଜିଲାନ୍ସ । ଏଥି ସହିତ ତାଙ୍କର ପୈତୃକ ଘର ବୋଲଗଡ ସଅପୁର ଠାରେ ମଧ୍ୟ ରେଡ୍ କରାଯାଇଥିବା ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଲାଗିଛି ଭିଜିଲାନ୍ସ ଟିମ ହାତରେ ।

ad-week
Leave A Reply

Your email address will not be published.