ପୁଲିସକୁ ଆକ୍ରମଣ ଘଟଣାରେ ୭ ମହିଳା ଗିରଫ

add-all

ଯାଜପୁର,୨୯/୦୭: ପୁଲିସ ଆକ୍ରମଣ ଘଟଣାରେ ୭ ମହିଳା ଗିରଫ। ଯାଜପୁର ସଦର ଥାନା ବ୍ରାହ୍ମଣୀ ବାଛପୁର ଗାଁରେ ଏପରି ଘଟଣା ଦେଖିବାକୁ ମିଳିଛି । ଏକ ଚୋରା ଗାଡି ବୋଲେରୋ ଯାଞ୍ଚ ପାଇଁ ବୈରୀ ଥାନା ଓ ବରୀ ଥାନା ପକ୍ଷରୁ ମିଳିତ ଚଢ଼ାଉ ପାଇଁ ଯାଇଥିବା ବେଳେ ପୁଲିସ ଉପରକୁ ଏହି ଆକ୍ରମଣ ହୋଇଥିଲା।

ଏହାପରେ ପୁଲିସ ଆକ୍ରମ କରିବା ଅଭିଯୋଗରେ ଉକ୍ତ ମହିଳାଙ୍କ ନାଁରେ ସଦର ଥାନାରେ ମାମଲା ରୁଜୁ କରିଥିଲା।

ପୁଲିସ ସେମାନଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି ସଦାର ଥାନା ପୁଲିସ । ଏନେଇ ଗିରଫ ହୋଇଥିବା ମହିଳାମାନେ କହିଛନ୍ତି, ପୁଲିସ ସାଧା ଡ୍ରେସରେ ଆସି ଜୁଲମ କରିବାକୁ ଆମେ ବିରୋଧ କରିବାରୁ ପୁଲିସ ଆମକୁ କୋର୍ଟ ଚାଲାଣ କରୁଛି।

ad-week
Leave A Reply

Your email address will not be published.