ଥରିଲା କାଠମାଣ୍ଡୁ, ବିହାରର ଅନେକ ଜିଲ୍ଲା ବି ପ୍ରଭାବିତ

add-all

କାଠମାଣ୍ଡୁ: ଥରିଲା ନେପାଲର କାଠମାଣ୍ଡୁ। ଆଜି ଭୋରୁ କାଠମାଣ୍ଡୁ ସମେତ ଅଧିକାଂଶ ଅଞ୍ଚଳରେ ତୀବ୍ର ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ଅନୁଯାୟୀ, ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ରେକର୍ଡ କରାଯାଇଛି।

ଭୂମିକମ୍ପର କେନ୍ଦ୍ର ନେପାଳର ରାଜଧାନୀ କାଠମାଣ୍ଡୁର ଦକ୍ଷିଣ-ପୂର୍ବରେ ୧୪୭ କିଲୋମିଟର ଦୂରରେ ସୃଷ୍ଟି ହୋଇଥିବା ଜଣାପଡିଛି । ଏଯାଏଁ କ୍ଷୟକ୍ଷତିର କୌଣସି ସୂଚନା ମିଳିପାରିନାହିଁ। ସେପଟେ ଭୂମିକମ୍ପ ଯୋଗୁ ଲୋକେ ଭୟଭିତ ହୋଇପଡିଛନ୍ତି। ଭୂକମ୍ପ ଝଟ୍‌କା ଅନୁଭବ କରିବା ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି।

ad-week
Leave A Reply

Your email address will not be published.