ସୀମା ଟପିଲା ରାଗିଂ: ଲାଇନ୍‌ରେ ଠିଆ କରି ଚାପୁଡ଼ା ମାରିଲେ ସିନିୟର୍‌

add-all

ଭୋପାଳ: ରାଗିଂ ଏକ ଦଣ୍ଡନୀୟ ଅପରାଧ। ସ୍କୁଲ, କଲେଜ, ୟୁନିର୍ଭସିଟିରେ ରାଗିଂ ଉପରେ ଲାଗୁ ହୋଇଛି କଟକଣା। ଦୁନିଆ ଆଇନ ଏବଂ କାର୍ଯ୍ୟାନୁଷ୍ଠାନର ଚେତାବନୀ ରହିଛି। ତଥାପି ଏହି ଅମାନବୀୟ ନିର୍ଯାତନା ଉପରେ ରୋକ୍‌ ଲାଗୁନି। ଜୁନିୟରଙ୍କୁ ସିନିୟର୍‌ଙ୍କ ରାଗିଂ ଏକ ଅଭ୍ୟାସ ପାଲଟି ଗଲାଣି। ବେଳେ ବେଳେ ଏହି ବଦ୍‌ଅଭ୍ୟାସ ଛାତ୍ରଛାତ୍ରୀଙ୍କ ଜୀବନ ମଧ୍ୟ ନେଇଯାଉଛି। ମଧ୍ୟପ୍ରଦେଶରେ କଲେଜ କ୍ୟାମ୍ପସରେ ଘଟିଥିବା ରାଗିଂ ଏବେ ସବୁ ସୀମା ଟପି ଯାଇଛି।
ମଧ୍ୟପ୍ରଦେଶ ରତ୍‌ଲାମ ଜିଲ୍ଲାର ସରକାରୀ ମେଡିକାଲ କଲେଜ। ଏଠାରେ ଜୁନିଅର ଏମ୍‌ବିବିଏସ୍‌ ଛାତ୍ରମାନଙ୍କୁ ରାଗିଂ କରିଛନ୍ତି ସିନିୟର ଛାତ୍ର। ହଷ୍ଟେଲ ଭିତରେ ଜୁନିଅର ଛାତ୍ରଙ୍କୁ ଲାଇନ୍‌ରେ ଠିଆ କରି ସିନିୟରମାନେ ମାରିଛନ୍ତି ଚାପୁଡା। କେବଳ ସେତିକି ନୁହେଁ ଜୁନିଅର ଛାତ୍ରଙ୍କୁ ସିନିୟର ଛାତ୍ରମାନେ ଅଭଦ୍ର ଭାଷାରେ ଗାଳି ଗୁଳଜ କରିବା ସହ କେଶ ଧରି ଭିଡିଛନ୍ତି। ଜୁନିଅର ଛାତ୍ରଙ୍କ ପ୍ରତି ସିନିୟର ଛାତ୍ରଙ୍କ ଏଭଳି ବର୍ବରତା ରାଗିଂର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଭିଡିଓକୁ ନେଇ ଉକ୍ତର କଲେଜର ଛାତ୍ରଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଛି। ଫିଜିଓଲୋଜି ବିଭାଗର ଡକ୍ଟର ଜଗଦୀଶ ହୁଣ୍ଡେକରୀ ଏହି ଘଟଣାକୁ ନେଇ କହିଛନ୍ତି, ୨୦୨୨ ବ୍ୟାଚର ଜୁନିଅର ଛାତ୍ରଙ୍କୁ ୨୦୨୧ ବ୍ୟାଚ୍ ଛାତ୍ରଙ୍କ ରାଗିଂ କରୁଥିବା ଭିଡିଓ ତାଙ୍କୁ ହଷ୍ଟେଲ ୱାର୍ଡେନ ଶୁକ୍ରବାର ଦିନ ଦେଇଛନ୍ତି। ସେହିଦିନ ହିଁ ନ୍ୟାସନାଲ ମେଡିକାଲ କମିଶନଙ୍କ ହେଲ୍ପଲାଇନ ମାଧ୍ୟମରେ କଲେଜ ପ୍ରଶାସନକୁ ଏହି ବିଷୟରେ ଅବଗତ କରାଯାଇଛି।
ଏହା ପରେ କଲେଜର ଆଣ୍ଟି ରାଗିଂ କମିଟିର ବୈଠକ ଡକାଯାଇଥିଲା। ସମ୍ପ୍ରତି ରାଗିଂ ଘଟଣାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ବରିଷ୍ଠ ଛାତ୍ରମାନଙ୍କୁ ଛଅ ମାସ ପାଇଁ ହଷ୍ଟେଲରୁ ସ୍ଥାୟୀ ଭାବେ ବହିଷ୍କାର କରିବା ଓ ଏମାନଙ୍କ ବିରୋଧରେ ଅପରାଧିକ ମାମଲା ପଞ୍ଜୀକରଣ କରିବାକୁ କମିଟି ସୁପାରିଶ କରିଛି। ସେପଟେ ଏହି ରାଗିଂ ଭିଡିଓ ଭାଇରାଲ ହେବା ପରେ ଚାରିଆଡୁ ଏହାକୁ ନିନ୍ଦା କରାଯାଇଛି।

ad-week
Leave A Reply

Your email address will not be published.