ସ୍ୱର୍ଣ୍ଣ ପଦକ ଜିତିଲେ ଜେରେମି ଲାଲରିନୁଙ୍ଗା

add-all

ବର୍ମିଂହାମ: ୧୯ ବର୍ଷିୟ ଜେରେମି ଲାଲରିନୁଙ୍ଗା ଆଜି ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କ ସ୍ୱପ୍ନ ସାକାର କରିଛନ୍ତି। ପୁରୁଷ ୬୭ କିଲୋଗ୍ରାମ ଭାରତ୍ତୋଳନରେ ସେ ‍‍‍‍‍‍‍‍‍‍‍ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେ ୩୦୦ କିଲୋଗ୍ରାମର ଭାର ଉତ୍ତୋଳନ କରି ନୂତନ ରେକର୍ଡ ସ୍ଥାପନ ମଧ୍ୟ କରିଛନ୍ତି। ସେ ସ୍ନେଚ୍‌ରେ ୧୪୦ କିଲୋ ଓଜନ ଓ କ୍ଲିନ୍ ଏଣ୍ଡ ଜର୍କରେ ୧୬୦ କିଲୋ ଭାର ଉଠାଇ ରେକର୍ଡ ସ୍ଥାପନ କରିଥିଲେ। ତେବେ ଭାର ଉତ୍ତୋଳନ ବେଳେ ତାଙ୍କୁ ଆଘାତ ଲାଗିଥିଲେ ହେଁ ପଦକ ଗ୍ରହଣ ଉତ୍ସବରେ ସେ ପୂରା ଫିଟ୍ ନଜର ଆସିଥିଲେ। ଏହି ଇଭେଣ୍ଟରେ ସାମୋଆର ଖେଳାଳି ରୌପ୍ୟ ଏବଂ ନାଇଜେରିଆର ଖେଳାଳି ବ୍ରୋଞ୍ଜ ପଦକ ଜିତିଥିଲେ।
ଏଥିସହ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଭାରଉତ୍ତୋଳନକାରୀ ଖେଳାଳି ଚମକିବାରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହାକୁ ମିଶାଇ ଭାରତୀୟ ଖେଳାଳିଙ୍କୁ ମୋଟ ୫ମ ମେଡାଲ ମିଳିଛି। ସମସ୍ତ ମେଡାଲ ଭାରତ ପକ୍ଷରୁ ଭାରଉତ୍ତୋଳନକାରୀ ଖେଳାଳିମାନେ ଜିତିଛନ୍ତି।

ad-week
Leave A Reply

Your email address will not be published.