ଭୁବନେଶ୍ୱର ଛାଡ଼ିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

add-all

ଭୁବନେଶ୍ୱର: ଭୁବନେଶ୍ୱର ଛାଡ଼ିଲେ ଅଭିନେତ୍ରୀ ପ୍ରକୃତି ମିଶ୍ର। ସୋମବାର ସକାଳୁ ସକାଳୁ ବିଜୁପଟ୍ଟନାୟକ ଏୟାପୋର୍ଟରୁ ମାୟାନଗରୀକୁ ଗଲେ ପ୍ରକୃତି। ଖାରବେଳନଗର ଥାନା ପୋଲିସରଠୁ ଅନୁମତି ନେଇ ପ୍ରକୃତି ମୁମ୍ବାଇ ଯାଇଥିବା ସୂଚନା ମିଳିଛି। ମାଆ କ୍ରିଷ୍ଣାପ୍ରିୟା ମିଶ୍ରଙ୍କ ସହ ଅଭିନେତ୍ରୀ ପ୍ରକୃତି ମିଶ୍ର ମୁମ୍ବାଇ ଯାଇଥିବା ଜଣାପଡିଛି।

ସୂଚନା ମୁତାବିକ, ଜୁଲାଇ ୨୩ (ଶନିବାର) ତାରିଖରେ ରାଜଧାନୀ ରାଜରାସ୍ତାରେ ଘଟିଥିବା ହାଇଡ୍ରାମା ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ଚର୍ଚ୍ଚାକୁ ଆସିଥିଲେ । ଯାହାକୁ ଗଣମାଧ୍ୟମରେ ସେ ଖୁବ୍‌ ଚର୍ଚ୍ଚାରେ ରହିଥିଲେ । ଆଉ ଏବେ ରାଜରାସ୍ତାରେ ଘଟିଥିବା ଘଟଣାର ୯ ଦିନ ପରେ ନିଜ କର୍ମକ୍ଷେତ୍ରକୁ ଯାଇଛନ୍ତି ପ୍ରକୃତି ମିଶ୍ର । କମିଶନରେଟ୍‌ ପୋଲିସ ଅନୁମତି ପରେ ମୁମ୍ବାଇ ଯାଇଥିବା ସୂଚନା ମିିଳିଛି ।

ad-week
Leave A Reply

Your email address will not be published.