ପାଠ୍ୟପୁସ୍ତକ ପୁସ୍ତକ ପାଇବାରୁ ବଞ୍ଚିତ ହାଇସ୍କୁଲରେ ପଢୁଥିବା ଅନୁସୂଚୀତ ଜାତି ଓ ଜନଜାତିର ବିଦ୍ୟାର୍ଥୀ

add-all

ଦାରିଙ୍ଗବାଡ଼ି, (୧/୮) : କନ୍ଧମାଳ ଜିଲା ଦାରିଙ୍ଗ ବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସମସ୍ତ ହାଇସ୍କୁଲରରେ ନବମ ଓ ଦଶମ ଶ୍ରେଣୀରେ ପଢ଼ୁଥିବା ଅନୁସୂଚିତ ଜାତି ଓ ଜନଜାତିର ଛାତ୍ର ଛାତ୍ରୀ ଆଜିଯାଏଁ ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ହୋଇ ରହିଥିବା ଖବବର ହସ୍ତଗତ ହୋଇଛି। ପ୍ରକାଶ ଥାଉକି ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଓଡିଶା ଆଦର୍ଶ ବିଦ୍ୟାଳୟକୁ ମିଶାଇ ୩୫ ଟି ଉଚ୍ଚ ବିଦ୍ୟାଳୟ ରହିଛି। ହେଲେ ଶିକ୍ଷା ବର୍ଷ ଆରମ୍ଭ ହୋଇ ୬ମାସରେ ପହଂଚିଛି କିନ୍ତୁ ଅଦ୍ୟାବଧି ଛାତ୍ର ଛାତ୍ରୀ ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ସରକାର ଅନୁସୂଚୀତ ଜାତି ଓ ଜନ ଜାତିର ଛାତ୍ର ଛାତ୍ରୀ ଙ୍କ ଶିକ୍ଷାର ବିକାଶ କରିବା ପାଇଁ ପ୍ରାୟତଃ ପ୍ରତ୍ୟେକ ପଂଚାୟତରେ ହାଇସ୍କୁଲ ଖୋଲି ଛନ୍ତି। ଏହିପରିକି ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରୀ ମାନଙ୍କ ପାଇଁ ଏକ ଶହ ଶଯ୍ୟା ବିଶିଷ୍ଟ ଅନ୍ତେବାସ ନିର୍ମାଣ କରି ରହିବା ଖାଇବାର ସୁବ୍ୟବସ୍ଥା କେବଳ କରିଛନ୍ତି ହେଲେ ଶିକ୍ଷାର ବିକାଶ ପାଇଁ ବ୍ୟବହୃତ ପାଠ୍ୟ ପୁସ୍ତକ ଅଦ୍ୟାବଧି ଯୋଗାଇ ଦେଇ ନାହାନ୍ତି। ଖବର ନେବାରୁ ଜଣା ପଡିଛିଯେ ଶିକ୍ଷକ ମାନେ ପୂର୍ବ ବର୍ଷର ଉତ୍ତୀର୍ଣ୍ଣ ଛାତ୍ର ଛାତ୍ରୀ ଙ୍କ ଠାରୁ ପାଠ୍ୟ ପୁସ୍ତକ କଲେକ୍ସନ କରି ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ର ଛାତ୍ରୀଙ୍କୁ କିଛି ମାତ୍ରାରେ ପାଠ୍ୟ ପୁସ୍ତକ ଯୋଗାଇ ଶିକ୍ଷାଦାନ କରୁ ଥିବା କହିଛନ୍ତି। ରାଜ୍ୟ ସରକାର ଅନୁସୂଚୀତ ଜାତି ଓ ଜନଜାତିର ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ ବହୁ ବ୍ୟୟ ବରାଦ କରି ଆସୁଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ ଅଧିନସ୍ତ ସମସ୍ତ ହାଇସ୍କୁଲର ଛାତ୍ର ଛାତ୍ରୀ ଅଦ୍ୟାବଧି ପାଠ୍ୟ ପୁସ୍ତକ ପାଇବାରୁ ବଞ୍ଚିତ ହୋଇ ରହିଥିବା ବିଡ଼ମ୍ବନାର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ପ୍ରକାଶ ପାଇଛି। ଏହାସହିତ ବ୍ଲକ ଅଂଚଳର ସମସ୍ତ ଅଭିଭାବକ ମହଲରେ ସରକାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛାତ୍ର ଛାତ୍ରୀଙ୍କ ପ୍ରତି ଅବହେଳା କରୁଥିବା ଆଲୋଚନା କରିବା ସହିତ ଅତିଶୀଘ୍ର ପାଠ୍ୟ ପୁସ୍ତକ ଯୋଗାଇ ଦେବାକୁ ଜିଲା ପାଳଙ୍କ ନିକଟରେ ବ୍ଲକ ଅଞ୍ଚଳ ବାସୀ ପକ୍ଷରୁ ଦାବି ହେଉଥିବା ପ୍ରକାଶ ପାଇଛି।

ad-week
Leave A Reply

Your email address will not be published.