
ଫୁଲବାଣୀ : ଫୁଲବାଣୀ ସଦର ମହକୁମାର ସ୍ଥାନୀୟ ଜ଼ିଲ୍ଲା କ୍ରୀଡା କାର୍ଯ୍ୟାଳୟ ଫୁଲବାଣୀ ଠାରେ ନେହରୁ ଯୁବକେନ୍ଦ୍ର ଫୁଲବାଣୀ ତରଫରୁ ସ୍ଵଛତା ପକ୍ଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇ ଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ବୀରେନ୍ଦ୍ର କଁହର , ଓଲଲିଉଡ ଅଭିନେତା ବା ଗାୟକ ଜଳଧର ବେହେରା, କ୍ରୀଡା ଅଧିକାରୀ ଜିତେନ୍ଦ୍ର କୁମାର ମହାକୁଡ଼, ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ଜ଼ିଲ୍ଲା ଯୁବ ଅଧିକାରୀ ନଭନୀତ କୁମାର,ସହକର୍ମୀ ସତ୍ୟବାନ ଦଳବେହେରା, ସ୍ୱେଚ୍ଛାସେବୀ ସିବେନ୍ଦ୍ର ଡିଗାଲ, ମିନି କହ୍ନର ପ୍ରମୁଖ ଯୋଗ ଦେଇ ଥିଲେ ।ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଫୁଲବାଣୀ ବ୍ଲକ ରଯୁବକ ସଙ୍ଘର ସଭ୍ୟ ସଭ୍ୟା, ନେହରୁ ଯୁବ କେନ୍ଦ୍ରର ସ୍ୱେଚ୍ଛା ସେବୀ ପ୍ରମୁଖ ଯୋଗ କାର୍ଯ୍ୟ କ୍ରମ ରେ ସାମିଲ ହୋଇ ଥିଲେ 1 ଏହି କାର୍ଯ୍ୟକ୍ରମଟି ଅଗଷ୍ଟ ୧ ରୁ ୧୫ ଅଗଷ୍ଟ ଯାଏଁ କନ୍ଧମାଳ ଜ଼ିଲ୍ଲାର ବିଭିନ୍ନ ବ୍ଲକରେ ଅନୁଷ୍ଠିତ ହେବ ।ଏହି ଦିବସରେ ଯୋଗ ଉପରେ ଏକ କୁଇ ଯ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ପ୍ରଥମ ରତ୍ନାକର ପାଲଟା ସିଂ ପ୍ରଥମ, ଦ୍ୱିତୀୟ ରାହୁଲ ରୁପମାଝି, ଏବଂ ତୃତୀୟ ଆଦିତ୍ୟ ମୁଠାମାଝି ହୋଇ ଥିଲେ ,ବିଜୟୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ମାନଙ୍କ ଦ୍ଵାରା ଟ୍ରଫି,ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ମୁଖ୍ୟ ଅତିଥି ଅନୁଷ୍ଠିତ ଦିବସର ମୁକ୍ଷ ଲକ୍ଷ୍ୟ ଓ ଉଦେଶ୍ୟ ବିଷୟରେ ଉପସ୍ଥିତ ଯୁବ ଭାଇ ଓ ଭ ଉଣୀ ଅବଗତ କରିଥିଲେ । ବୈଠକରେ ନେହରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳ ବେହେରା ମୁଖ୍ୟ ଅତିଥି,ଅନ୍ୟାନ୍ୟ ଅତିଥି ଓ ଉପସ୍ଥିତ ଛାତ୍ର ଛାତ୍ରୀ, ଯୁବକ ଭାଇ ଓ ଭଉଣୀ ମାନଙ୍କୁ ସ୍ୱାଗତ କରିଥିବା ବେଳେ ସ୍ୱେଚ୍ଛା ସେବୀ ସିବେନ୍ଦ୍ର ଦିଗାଲ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରି ଥିଲେ ।