ଖାଇବା ତେଲ ର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ

add-all

ଭୁବନେଶ୍ବର: ଖାଇବା ତେଲ ଅପମିଶ୍ରଣରେ ଲାଗିବ ରୋକ୍। ଅପମିଶ୍ରଣ ହୋଇଥିଲେ ତୁରନ୍ତ ନିଆଯିବ ଆକ୍ସନ। ଖାଇବା ତେଲର ମାନ ଯାଞ୍ଚ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ । ରାଜ୍ଯ ଖାଦ୍ଯ ସୁରକ୍ଷା ପ୍ରାଧିକରଣ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି। ଖାଦ୍ଯ ନିରାପତ୍ତା ଆୟୁକ୍ତ ମଧ୍ଯ ଅଭିଯାନରେ ସାମିଲ ଅଛନ୍ତି। ସମସ୍ତ ଜିଲ୍ଲା ଓ ମ୍ଯୁନିସିପାଲଟିରେ ଏହି ମେଗା ଅଭିଯାନ ଅଗଷ୍ଟ ୧୪ ତାରିଖ ଯାଏ ଚାଲିବ।

ରାଜ୍ଯରୁ ମୋଟ ୧୨୬ଟି ଖାଇବା ତେଲ ନମୁନା ଯାଞ୍ଚ ପାଇଁ ପଠାଯିବ। ଖାଦ୍ଯ ନିରାପତ୍ତା ନିର୍ଦ୍ଦେଶକ ପିକେ ମହାପାତ୍ର ଏହି ସୂଚନା ଦେଇଛନ୍ତି। ଖାଇବା ତେଲ ଉତ୍ପାଦନକାରୀ ଓ ବ୍ରାଣ୍ଡ ଉପରେ ବିଶେଷ ନଜର ରଖା ଯିବ। ଅପମିଶ୍ରତ ତେଲ ସଂଗ୍ରହ କରାଯାଇ ଟେଷ୍ଟିଂ ପାଇଁ ପଠାଯିବ। ଅପମିଶ୍ରଣ ହୋଇଥିଲେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ୨ରୁ ୧୦ ଲକ୍ଷ ପର୍ଯ୍ଯନ୍ତ ଜରିମାନା ଆଦାୟ କରାଯିବ ବୋଲି ଖାଦ୍ଯ ନିରାପତ୍ତା ନିର୍ଦ୍ଦେଶକ ପିକେ ମହାପାତ୍ର କହିଛନ୍ତି।

ad-week
Leave A Reply

Your email address will not be published.