ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀକକ୍ଷରେ ଅଭିଯୋଗ ଶୁଣାଣୀ

add-all

ଭଞ୍ଜନଗର (୧/୮) : ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନ ସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି । ଭଞ୍ଜନଗର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଉପସ୍ଥିତ ରହି ସର୍ବ ପ୍ରଥମେ ଭିନ୍ନକ୍ଷମମାନଙ୍କ ଅଭିଯୋଗ ଏବଂ ପରେ ସାଧାରଣ ଅଭିଯୋଗଗୁଡିକର ଶୁଣାଣି କରିଥିଲେ । ସମ୍ମୁଦାୟ ୧୨ ଟି ଅଭିଯୋଗ ପତ୍ର ଉପଜିଲ୍ଲାପାଳ ଶ୍ରୀ ଜ୍ୟୋତି ଶଙ୍କର ରାୟ ଗ୍ରହଣ କରିଥିଲେ । ଦିବ୍ୟାଙ୍ଗମାନଙ୍କ ନିକଟରୁ ୨ ଟି ଅଭିଯୋଗ ପତ୍ର ଆସିଥିଲା ବେଳେ ଟି ସାଧାରଣ ଅଭିଯୋଗ ପତ୍ର ୧୦ଟି ଗ୍ରହଣ କରାଯାଇଛି । ଏହି ଅଭିଯୋଗ ଶୁଣାଣି ସମୟରେ ସହାୟକ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳି ମାଝି, ଅତିରିକ୍ତ ତହିଲଦାର ଭଞ୍ଜନଗର ଶ୍ରୀ ନିହାର ରଞ୍ଜନ ବେହେରା, ଆସିଷ୍ଟାଣ୍ଟ ଇଞ୍ଜିନିୟର PWD ଶ୍ରୀ ଗୋପାଳ ଚନ୍ଦ୍ର ବେହେରା, ସହାୟକ ମେଡିକାଲ ଅଧିକାରୀ ଶ୍ରୀ ଏସ ରାମ। ରାଓ, ଏଷ୍ଟାବ୍ଳିଶମେଣ୍ଟ ଅଫିସର ଅନିଲ କୁମାର ପଣ୍ଡା, ଉପଖଣ୍ଡ ସୂଚନା ଲୋକ ସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ,ଭଞ୍ଜନଗର ଜନସ୍ବସ୍ଥ ଅଧିକାରୀ ବିନୟ କୁମାର ସାହୁ, ସି.ଡି.ପି.ଓ ବିଷ୍ଣୁ ପ୍ରୀୟା ସେଠୀ, ଅତିରିକ୍ତ ଯୋଗଣ ଅଧିକାରୀ ଅସିତ ମହାନ୍ତି, ସାମାଜିକ ସୁରକ୍ଷା ଅଧିକାରୀ ଏସିଓ ଶବର, ସ୍ବଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ରଥ, ସମେତ ଉପଖଣ୍ଡର ବିଭିନ୍ନ ଅଧିକାରୀ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣି ସମୟରେ ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଅଫିସର କର୍ମଚାରୀ ବିଶ୍ୱଜିତ ସେଠୀ, ସୁରଭୀ ପ୍ରଧାନ, ବିବେକ।ନନ୍ଦ ମିଶ୍ର, ବଳରାମ ଜାନି ପ୍ରଭୃତି ସହଯୋଗ କରିଥିଲେ।

ad-week
Leave A Reply

Your email address will not be published.