ଆନୁଷ୍ଠାନିକ ଭାବେ ବିରୋଧୀ ଦଳ ନେତା ଦାୟିତ୍ୱ ଗ୍ରହଣ କଲେ ଜୟ ନାରାୟଣ

add-all

ଭୁବନେଶ୍ୱର: ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଆସନରେ ବସିଲେ ଜୟ ନାରାୟଣ ମିଶ୍ର । ଗୃହରେ ବାଚସ୍ପତିଙ୍କ ଘୋଷଣା ପରେ ଆନୁଷ୍ଠାନିକ ଭାବେ ଜୟ ନାରାୟଣ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟିତ୍ୱ ଗ୍ରହଣ ପରେ ବାଚସ୍ପତି ଶୁଭେଚ୍ଛା ଜଣାଇଥିବାବେଳେ କଂଗ୍ରେସ ବିଧାୟକ ଦଳ ନେତା ବି ଶୁଭେଚ୍ଛା ଜଣାଇବା ସହ ସ୍ୱାଗତ କରିଛନ୍ତି । ସୂଚନା ଥାଉ କି ନିକଟରେ ବିଧାୟକ ପ୍ରଦୀପ୍ତ ନାଏକ ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଥିବାରୁ ନୂଆ ବିଧାୟକ ଦଳ ନେତା ତଥା ବିରୋଧୀ ଦଳ ନେତା ବାଛିବା ପାଇଁ ଶନିବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା।

ଦଳର କେନ୍ଦ୍ରୀୟ ସହ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ବସିଥିବା ଏହି ବୈଠକରେ ସର୍ବସମ୍ମତି କ୍ରମେ ଶ୍ରୀ ମିଶ୍ରଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରାଯାଇଥିଲା । ‌ବୈଠକ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରୀୟ ସହ ପ୍ରଭାରୀ ଶ୍ରୀ ସିଂହ ଏନେଇ ସୂଚନା ଦେଇଥିଲେ।

ସୂଚନାଯୋଗ୍ୟ ଯେ ବିରୋଧୀ ଦଳ ନେତା ବିଧାୟକ ପ୍ରଦୀପ୍ତ କୁମାର ନାଏକ ଦୀର୍ଘ ଦିନ ଧରି ଅସୁସ୍ଥ ଥିବାରୁ ବିଧାନସଭା ଅଧିବେଶନ ବେଳେ ଉପସ୍ଥିତ ରହିପାରୁନାହାନ୍ତି କି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବୈଠକରେ ଯୋଗଦେଇ ପାରୁନାହାନ୍ତି। ତେଣୁ ବିରୋଧୀ ଦଳ ନେତା ବଦଳାଇବାକୁ ବିଜେପି ବିଧାୟକମାନେ ‌ଦିଲ୍ଲୀ ଯାଇ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟିଥିଲେ। ଏହାର କିଛି ଦିନ ପରେ ଶ୍ରୀ ନାଏକ ଇସ୍ତଫା ଦେଇଥିଲେ ଓ ଜୟ ନାରାୟଣଙ୍କୁ ଦାୟିତ୍ୱ ମିଳିଥିଲା |

ad-week
Leave A Reply

Your email address will not be published.