ନିଉଡ୍‌ କଲ୍ ଜାଲରେ ଫସିଲେ ଇଞ୍ଜିନିୟର, କିସ୍ତିରେ ନେଇଗଲେ ୨୫ ଲକ୍ଷ ଟଙ୍କା

add-all

ଭୁବନେଶ୍ୱର: ନିଉଡ଼ କଲର ଶିକାର ହେଲେ ବିଏସଏନଏଲ ଇଂଜିନିୟର । ନଗ୍ନ ନାୟିକାଙ୍କ ନିଉଡ୍‌ ଭିଡ଼ିଓ କଲ ଜାଲରେ ଫସି ଇଂଜିନିୟର ଆକାଉଣ୍ଟରୁ ୨୫ ଲକ୍ଷ କଟିଯାଇଛି । ଏନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଠକେଇର ଶିକାର ହୋଇଥିବା ଇଞ୍ଜିନିୟର । ଠକେଇ ଶିକାର ହୋଇଥିବା ଇଞ୍ଜିନିୟର ଜଣକ ଏନେଇ ସାଇବର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ସାଇବର ଥାନା ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

ଖବର ଅନୁଯାୟୀ. ନଗ୍ନ ନାୟିକା ଜଣକ ପ୍ରଥମେ ହ୍ୱାଟ୍ସଆପରେ ମେସେଜ ପଠେଇ ଥିଲେ । ପରେ ନିଉଡ଼ ଭିଡ଼ିଓ କଲ କରି ଇଂଜିନିୟରଙ୍କୁ ଟ୍ରାପ କରିଥିଲେ ଯୁବତୀ । ଟ୍ରାପର ଗୋଟିଏ ଦିନ ପରେ ଫୋନ୍‌ କରିଥିବା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ବିକ୍ରମ ରାଠୋର ବୋଲି ପରିଚୟ ଦେଇଥିଲା । ଘର ଦିଲ୍ଲୀରେ ବୋଲି କହିବା ସହ ସେହି ନଗ୍ନ ଭିଡିଓ ଦେଖାଇ ଇଞ୍ଜିନିୟରଙ୍କୁ ବ୍ଲାକ୍‌ମେଲ୍‌ କରିଥିଲା। ଲୋକ ଲଜ୍ଜା ଭୟରେ ଇଞ୍ଜିନିୟର ଜଣକ ତାଙ୍କ ପାଖକୁ ଟଙ୍କା ପଠାଇଥିଲେ। ବିଭିନ୍ନ କିସ୍ତିରେ ଇଞ୍ଜିନିୟର ଜଣକ ୨୫ ଲକ୍ଷ ଟଙ୍କା ପଠାଇଥିବା ଜଣାପଡ଼ିଛି।

ବାରମ୍ବାର ଟଙ୍କା ପଠାଇ ହୀନସ୍ତା ହେବା ପରେ ଶେଷରେ ସାଇବର ଥାନାର ଦ୍ୱାରସ୍ଥ ହୋଇଥିଲେ ଇଂଜିନିୟର । ତାଙ୍କ ଅଭିଯୋଗ ଆଧାରରେ ସାଇବର ଥାନା ପୋଲିସ ମାମଲା ରୁଜୁ କରି ଇଞ୍ଜିନିୟରଙ୍କ ମୋବାଇଲ୍‌ରେ ଥିବା ସବୁ ଆକାଉଣ୍ଟକୁ ବନ୍ଦ କରିଛନ୍ତି । ଏଥିସହ କଲ୍‌ କେଉଁଠୁ ଆସୁଥିଲା, ସେ ନେଇ ତାହା ତଦନ୍ତ ଆରମ୍ଭ କରିଛି ପୋଲିସ । ତେବେ ରାଜଧାନୀରେ ହେଉଥିବା ସାଇବର ଠକେଇ ମଧ୍ୟରୁ ୩୦ ପ୍ରତିଶତ ଲୋକ ନ୍ୟୁଡ୍‌ କଲ ଯୋଗୁ ଠକେଇର ଶିକାର ହେଉଥିବା ସାଇବର ଥାନାର ସୂଚନା ମିଳିଛି ।

ad-week
Leave A Reply

Your email address will not be published.