ଭୋଜି ଖାଇ ୪୦ ଅସୁସ୍ଥ, ଜଣେ ମୃତ

add-all

ଭୋଗରାଇ: ଭୋଜି ଖାଇ ୪୦ ଅସୁସ୍ଥ। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଦାରୁହା ଗ୍ରାମରେ। ୪୦ ଜଣ ଝାଡ଼ା ବାନ୍ତିରେ ଅସୁସ୍ଥ ହୋଇଥିବା ବେଳେ ଜଣଙ୍କ ମୃତ୍ୟୁ ଘଟିଛି। ତେବେ ଚିକିତ୍ସା ଅବହେଳା କାରଣରୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ମୁତାବକ୍ ଭୋଗରାଇ ବ୍ଲକ ଦାରୁହା ଗ୍ରାମର ଶତାଧିକ ଲୋକ ଶନିବାର ମଧ୍ୟାହ୍ନରେ ଭୋଜି ଖାଇ ଘରକୁ ଫେରିଥିଲେ ।

ସୋମବାର ସକାଳୁ ଉଭୟ ଗ୍ରାମର କେତେ ଲୋକଙ୍କୁ ବାରମ୍ବାର ଝାଡ଼ା ହୋଇଥିଲା । ପରେ ଅପରାହ୍ନରେ ଶତାଧିକ ଲୋକଙ୍କୁ ଏକା ସାଙ୍ଗରେ ଝାଡ଼ା ହେବାରୁ ସଙ୍ଗେ ସଙ୍ଗେ ଗ୍ରାମର ଅଙ୍ଗନଓ୍ବାଡି କର୍ମୀ ଓ ଆଶା କର୍ମୀ ପୂଜାରୀଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଖବର ଦେଇଥିଲେ । ହେଲେ କେହି ନ ପହଞ୍ଚିବାରୁ ସେମାନଙ୍କୁ ପରିବାର ଲୋକେ ଜଳେଶ୍ବରପୁର ହସ୍ପିଟାଲକୁ ନେଇ ଆସିଥିଲେ।

ତେବେ ଚିକିତ୍ସାଧୀନ ଅବସ୍ଥାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଦାରୁହା ଗ୍ରାମର ପରେଶ ସାହୁଙ୍କ ପତ୍ନୀ ସଂଜୁଲତା ସାହୁ। ମହିଳାଙ୍କ ମୃତୁ ପରେ ପରିବାର ଲୋକେ ଡାକ୍ତରଙ୍କ ଅବହେଳା ଯୋଗୁ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରିଛନ୍ତି। ତେବେ ମହିଳାଙ୍କ ମୃତୁ ପରେ ଅନେକ ଅସୁସ୍ଥ ବ୍ୟକ୍ତିଙ୍କୁ ପରିବାର ଲୋକେ ଡ଼ିସଚାର୍ଜ କରିବାକୁ ଆରମ୍ଭ କରଛନ୍ତି।

ad-week
Leave A Reply

Your email address will not be published.