ଅସନପାଟ ଆଶ୍ରମ ସ୍କୁଲର ୨୫ ଛାତ୍ରୀ ଅଜଣା ରୋଗରେ ଆକ୍ରାନ୍ତ

add-all

କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଆସନପାଟ ଆଶ୍ରମ ସ୍କୁଲର ୨୫ ଜଣ ଛାତ୍ରୀ ଅଜଣା ରୋଗରେ ପୀଡିତ ହୋଇଥିବା ଖବର ମିଳିଛି। ସମସ୍ତ ଆକ୍ରାନ୍ତ ଅନୁସୂଚିତ ଜନଜାତି ବର୍ଗର ହୋଇଥିବାବେଳେ ସେମାନେ ଏସ ଏସ ଡି ବିଭାଗ ଦ୍ଵାରା ପରିଚାଳିତ ଅସନପାଟ ଆଶ୍ରମରେ ହଷ୍ଟେଲରେ ରହୁଛନ୍ତି। ଆଜି ହଠାତ ୨୫ ଜଣ ଛାତ୍ରୀ ଅସୁସ୍ଥ ହେବା ସହିତ ସମସ୍ତେ ଛୋଟାଇଥିଲେ।

ଏବାବଦରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୁଜାତରାଣୀ ମିଶ୍ର ଖବର ପାଇ ସେଠାକୁ ଶିଶୁରୋଗ ବିଶେଷଜ୍ଞଙ୍କ ନେତୃତ୍ୱରେ ଗୋଟିଏ ଡାକ୍ତରୀ ଟିମ ଏବଂ ଅସ୍ଥି ଶଲ୍ୟ ବିଭାଗ ବିଶେଷଜ୍ଞଙ୍କ ନେତୃତ୍ୱରେ ଆଉ ଗୋଟିଏ ଡାକ୍ତରୀ ଟିମ ସେଠାକୁ ପଠାଇଛନ୍ତି। ସେଠାରେ ଡାକ୍ତରୀ ଟିମ ପିଲାଙ୍କର ରକ୍ତ ନମୁନା,ଝାଡା ପରିଶ୍ରା ନମୁନା ସଗ୍ରହ କରିବା ସହିତ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି। ସମସ୍ତେ ଏକା ପ୍ରକାରର ରୋଗରେ ପୀଡିତ ହୋଇଥବାରୁ ଏହା କୌଣସି ଭାଇରାଲ ରୋଗ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି।ଖବର ପାଇ ଜିଲ୍ଲା ମଙ୍ଗଳ ଅଧିକାରୀ ସ୍କୁଲକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି।

ad-week
Leave A Reply

Your email address will not be published.