ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ

add-all

ଯାଜପୁର: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରିଲା ବେଳେ ଝିଅ ଓ ନାତୁଣୀଙ୍କ ମୃତ୍ୟୁ ଘଟିଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ୫୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ମହାକାଳପଡ଼ାରୁ ଶୁଦ୍ଧିକ୍ରିୟା ସାରି ସୁକିନ୍ଦା ଫେରିଲା ବେଳେ ଦୁର୍ଘଟଣା ଘଟିଛି। କିଛି ଦିନ ତଳେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତୀଙ୍କ ଶ୍ୱଶୁରଙ୍କ ମୃତ୍ୟୁ ଘଟିଥିଲା।

ତାଙ୍କ ଶୁଦ୍ଧିକ୍ରିୟାରେ ସାମିଲ ହେବା ପାଇଁ ଅଶୋକଙ୍କ ପତ୍ନୀ ଶୃତି ଚକ୍ରବର୍ତ୍ତୀ ଓ ତାଙ୍କ ଝିଅ ଲିପିକା ଚକ୍ରବର୍ତ୍ତୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଅଞ୍ଚଳକୁ ଯାଇଥିଲେ। ଶୁଦ୍ଧିକ୍ରିୟା ସରିବା ପରେ ଆଜି ଅପରାହ୍ନ ପ୍ରାୟ ୨ଟା ବେଳେ ସେମାନେ ସ୍କୁଟିରେ ସୁକିନ୍ଦା ଫେରୁଥିଲେ।

ତେବେ ୫୩ ନମ୍ୱର ଜାତୀୟ ରାଜପଥର ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଗୋଟିଏ ଦଶ ଚକିଆ ଟ୍ରକ୍‌ ଭାରସାମ୍ୟ ହରାଇ ସେମାନଙ୍କ ଉପରେ ଓଲଟି ପଡ଼ିଥିଲା। ଟ୍ରକ୍‌ ତଳେ ଚାପି ହୋଇ ଯାଇଥିଲେ ମାଆ ଓ ଝିଅ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଟ୍ରକ୍‌ ତଳୁ ମାଆ ଓ ଝିଅଙ୍କ ମୃତ୍ୟୁ ଉଦ୍ଧାର କରିଛି।

ad-week
Leave A Reply

Your email address will not be published.