ରନ୍ଧନ ଗ୍ୟାସ ଓ ଘରୋଇ ସାମଗ୍ରୀ ଦରଦାମ ବୃଦ୍ଧିକୁ ନେଇ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ବେଳେ କଂଗ୍ରେସ କର୍ମୀଙ୍କୁ ଉଠାଇନେଲା ପୋଲିସ

add-all

ମାଲକାନଗିରି : ଆଜି ରନ୍ଧନ ଗ୍ୟାସ ସାଙ୍ଗକୁ ଘୋରେଇ ଖାଦ୍ୟ ସାମଗ୍ରୀ ର ଅହେତୁକ ଦର ଦାମ ବୃଦ୍ଧି ଓ ବେକାରି ସମସ୍ୟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓଲ୍ଲାଇଲା ଜାତୀୟ କଂଗ୍ରେସ । ମାଲକାନଗିରି ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦପାତ୍ର ଙ୍କ ନେତୃତ୍ୱରେ ଶତାଧିକ କଂଗ୍ରେସ କର୍ମି ମାନେ ରନ୍ଧନ ଗ୍ୟାସ ସାଙ୍ଗକୁ ଘୋରେଇ ଖାଦ୍ୟ ସାମଗ୍ରୀ ର ଅହେତୁକ ଦର ଦାମ ବୃଦ୍ଧି ଓ ବେକାରି ସମସ୍ୟାକୁ ପ୍ରତିବାଦ କରି ଜିଲ୍ଲା କଂଗ୍ରେସ ଭବନ ରୁ ବାହାରି ମାଲକାନଗିରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଘେରାଉ କରିଥିଲେ । ଏଥିସହ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା କୁ ଚପଲ ମାଡ଼ କରିବା ସହ ନିଆଁ ଲାଗାଇ ଥିଲେ । ଏହି ସମୟରେ କଂଗ୍ରେସ କର୍ମୀ ମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ମଧ୍ୟ ଧସେଇ ପଶିବାକୁ ଚେଷ୍ଟା କରୁଥିବା ସମୟରେ ଜିଲ୍ଲା ସଭାପତି ଗୋବିନ୍ଦ ପାତ୍ର,ବିଧାୟକ ପାର୍ଥି ମାଲା ମାଢି, କଂଗ୍ରେସ ନେତା ସରତ ବୁରୁଦା,ପ୍ରାଣକୃଷ୍ଣ ମଣ୍ଡଳ,ସରୋଜ ପାତ୍ର,ମଙ୍ଗୁ ଖିଲ, ପଦ୍ମ ପାଙ୍ଗି, ଜି ଶ୍ରୀନିବାସ ରାଓ,କେସୁ ରାଓ,କୃଷ୍ଣଚନ୍ଦ୍ର ଅନୁଗୁ, ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀଙ୍କୁ ପୋଲିସ ଗିରଫ କରିଛି । ତେବେ ସରକାର ଯଦି ଆଗାମି ଦିନରେ ଦରଦାମ ବୃଦ୍ଧି ଉପରେ ଅଙ୍କୁଶ ନ ଲଗାନ୍ତି ତାହା ହେଲେ ସମଗ୍ର ଜିଲ୍ଲାରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛି ।

ad-week
Leave A Reply

Your email address will not be published.