ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

add-all

ଦାରିଙ୍ଗବାଡ଼ି,୫/୮, ଦାରିଙ୍ଗବାଡ଼ି ବ୍ଳକ ତିଲୋରୀ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଡକୁପୁଡ଼ା ଗ୍ରାମର ମୃତ ମୁଣ୍ଡୁଲା ମଲିକଙ୍କ ପୁଅ ବିକାଶ ମଲିକଙ୍କ ସ୍ତ୍ରୀ ପ୍ରିୟତମା ପ୍ରଧାନ(୨୪)ଙ୍କ ମୃତ୍ୟୁ, ସନ୍ଦେହଜନକ ବୋଲି ମୃତ ପ୍ରିୟତମାଙ୍କ ପରିବାର ପକ୍ଷରୁ ଦାବି କରୁଥିବା ପ୍ରକାଶ ପାଇଛି।ଏହା ଆତ୍ମହତ୍ୟା ନୁହେଁ ହତ୍ୟାକରିଥିବା ଅଭିଯୋଗ କରିଛନ୍ତି । ସୂଚନା ମୁତାବକ ଉକ୍ତ ବ୍ଳକର ଗୁମିକିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସୁକାଲାଦା ଗ୍ରାମର ସୂର୍ଯ୍ୟ ପ୍ରଧାନଙ୍କ ତୃତୀୟ ଝିଅ ପ୍ରିୟତମା ପ୍ରଧାନଙ୍କୁ ୨୦୧୬ ମସିହାରେ ବିକାଶ ପ୍ରେମ ବିବାହ କରିଥିଲେ । ମୃତ ପ୍ରିୟତମା ବିବାହର ଏକ ବର୍ଷ ପରେ ପୁତ୍ର ସନ୍ତାନ ଟିଏ ଜନ୍ମ ଦେଇଥିଲେ । ହେଲେ ଜନ୍ମ ପରେ ମୃତ୍ୟୁ ହୋଇଥିଲା । ଏହାର ବର୍ଷେ ପରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ତାଙ୍କୁ ବର୍ତ୍ତମାନ ତିନି ବର୍ଷ ହେଉଛି । ଏହାପରେ ବର୍ତ୍ତମାନ ମୃତ ପ୍ରିୟତମା ଗର୍ଭବତୀ ଥିଲେ । ସ୍ୱାମୀ ବିକାଶ ଗତ ଜୁନ ମାସରେ ଦାଦନ ଖଟିବା ପାଇଁ କେରଳ ଯାଇଛି । ଶାଶୁଙ୍କ ସହିତ କାଡକୁପୁଡ଼ା ଗାଁରେ ରହୁଥିଲେ । ଗତକାଲି ସୌଦା କରିବା ପାଇଁ ସିମନବାଡ଼ି ବଜାରକୁ ଯାଇ ଆବଶ୍ୟକ ଜିନିଷ କିଣି ଘରକୁ ଫେରି ଥିବା ଜଣା ପଡ଼ିଛି । ଆଜି ସକାଳେ ପରିବାରର ଲୋକଙ୍କୁ ତୁମ ଝିଅ ମରିଗଲା ବୋଲି ଖବର ଦେଇଥିଲେ । ମୃତ ପ୍ରିୟତମାଙ୍କ ପରିବାର ଓ ସମ୍ପର୍କୀୟ ଲୋକମାନେ କାଡକୁପୁଡ଼ା ଗ୍ରାମରେ ପହଞ୍ଚି ଦେଖିଲେ ତାଙ୍କ ବେକରେ ଓ ଶରୀରର ବିଭିନ୍ନ ସ୍ଥାନରେ ମାଡ଼ ଚିହ୍ନ ରହିଥିବା ଦେଖି ତୁମେ ମାରିଛ ବୋଲି ଅଭିଯୋଗ କରିଥିଲେ । ଏହାପରେ ନାହିଁ ସେ ବେକରେ ଗାମୁଛା ଲଗାଇ ପଣସ ଗଛରେ ଆତ୍ମହତ୍ୟା କରିଛି କହିଥିଲେ। ହେଲେ କିଏ ଓ କାହିଁକି ଗଛରୁ କାଡ଼ି ଘରକୁ ଆଣିଲା । ଏହି ସବୁ କାରଣରୁ ଓ ଗାଁରେ ଗ୍ରାମ ବାସୀ କେହି ନରହି ବାହାରକୁ ପଳାଇ ଯାଇଥିବା କାରଣରୁ ହତ୍ୟା କରାଯାଇଥିବା ସନ୍ଧେହ କରି ଅଭିଯୋଗ କରିଛନ୍ତି । ଏହି ଗ୍ରାମ ପଞ୍ଚାୟତ ଦାରିଙ୍ଗବାଡ଼ି ବ୍ଳକ ଅଧିନରେ ଥିଲେ ମଧ୍ୟ ବାଲିଗୁଡ଼ା ଥାନା ଅଧିନରେ ରହିଛି । ଏଣୁ ବାଲିଗୁଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ସନ୍ଧ୍ୟା ସମୟ ୬ଟା ପର୍ଯ୍ୟନ୍ତ ମୃତ ଶରୀରକୁ ବାଲିଗୁଡ଼ା ନିଆଯାଇ ନଥିବା ଜଣାପଡ଼ିଛି । ଏଣୁ ଆସନ୍ତା କାଲି ହିଁ ଏହାର ବ୍ୟବଚ୍ଛେଦ କରାଯିବ ଓ ବ୍ୟବଚ୍ଛେଦ ରିପୋର୍ଟ ପରେ ଏହାର ମୃତ୍ୟୁର ପ୍ରକୃତ ରହସ୍ଯ ଜଣା ପଡ଼ିବ ବୋଲି କୁହାଯାଉଛି । ନିରପେକ୍ଷ ତଦନ୍ତ କରି ନ୍ୟାୟ ଦେବାକୁ ମୃତ ପ୍ରିୟତମାଙ୍କ ମା ରାଧିକା ପ୍ରଧାନ, ପିଉସୀ ନମିର୍ଥା ପ୍ରଧାନ, ଭିଣୋଇ ଏଲିୟ ପାଟମାଝୀ ଦାବୀ କରିଛନ୍ତି ।

ad-week
Leave A Reply

Your email address will not be published.