ସିହଳା ଗ୍ରାମ ପଞ୍ଚାୟତ ପାଠାଗାର ରେ ତାଲା ଝୁଲୁଛି !

add-all


ବ୍ରହ୍ମପୁର : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ସିହଳl ଗ୍ରାମ ପଞ୍ଚାୟତ ପରିସର ରେ କୁକୁଡାଖଣ୍ଡି ପଞ୍ଚାୟତ ସମିତି ତରଫରୁ ଆମ ଗାଁ ଆମ ବିକାଶ ଯୋଜନା ଅଧୀନରେ ପାଠାଗାର ନିର୍ମାଣ କରାଯାଇଛି। ଏହି ପାଠାଗାର ନିର୍ମାଣ ନିମନ୍ତେ ୨୦୧୮ ମସିହା ଜୁଲାଇ ୩୧ ତାରିଖରେ ଭିତିପ୍ରସ୍ତର ସ୍ଥାପନ କରାଯାଇଥିଲା।ପରବର୍ତ୍ତୀ ସମୟରେ ଏହି ପାଠାଗାର ଗୃହ ନିର୍ମାଣ ଶେଷ ହେବା ପରେ ୨୦୨୧ ମସିହା ନଭେମ୍ବର ୩ ତାରିଖ ଦିନ ଏହା ଉଦଘାଟିତ ହୋଇଥିଲା। ତେବେ ଉଦଘାଟନ ଦିନ ଠାରୁ ଏହି ପାଠାଗାର ରେ ୨୪ ଘଣ୍ଟା ତାଲା ଝୁଲୁଥିବା ଗାଁ ବାସିନ୍ଦା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ପଂଚାୟତର ନିର୍ବାହୀ ଅଧିକାରୀ ଙ୍କୁ ପଚାରି ବାରୁ ଜଣା ପଡିଲା ଉକ୍ତ ପାଠାଗାରରେ ଝୁଲୁଥିବା ଚାବି କାଠି ଟି ପୂର୍ବତନ ନିର୍ବାହୀ ଅଧିକାରୀଙ୍କ ପାଖରେ ଥିବା ଯୋଗୁଁ ଏହାକୁ ଖୋଲାଯାଇ ପାରୁ ନାହିଁ ବୋଲି କହିଛନ୍ତି।ତେଣୁ ପାଠାଗାର ରେ କଣ ସବୁ ରହିଛି ସେ ସମ୍ପର୍କରେ ଗ୍ରାମବାସୀ ଜାଣିବାକୁ ଚାହୁଁଛନ୍ତି। ପାଠାଗାର କାହିଁକି ବନ୍ଦ ରହିଛି ସେ ସମ୍ପର୍କରେ କାହା ପାଖରେ ସନ୍ତୋଷ ଜନକ ଉତ୍ତର ନାହିଁ।ଏହାକୁ ତୁରନ୍ତ ଖୋଲାଯିବା ପାଇଁ ଗ୍ରାମବାସୀ ମାନଙ୍କ ପକ୍ଷରୁ ଦୃଢ ଦାବି କରାଯାଇଛି।ବ୍ଲକ କର୍ତ୍ତୃପକ୍ଷ ଏ ସମ୍ପର୍କରେ ପଦକ୍ଷେପ ନ ନେଲେ ପଂଚାୟତ ସମିତି କାର୍ଯ୍ୟଳୟ ଘେରାଉ କରାଯିବ ବୋଲି ପଞ୍ଚାୟତବାସୀ ଚେତାଵନୀ ଦେଇଛନ୍ତି।

ad-week
Leave A Reply

Your email address will not be published.