ବିଭିନ୍ନ ସମସ୍ୟା ନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତ ଉନ୍ନୟନ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

add-all

ଛତ୍ରପୁର : ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ନିକଟରେ ସମୁଦ୍ର କୂଳ ଲଙ୍ଘିବା ଫଳରେ ଅଂଚଳବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି । ଆଗାମୀ ଦିନରେ ପୂର୍ଣ୍ଣିମା ରହିଥିବାରୁ ସମୁଦ୍ର କୂଳ ଅଧିକ ଲଙ୍ଘିବାର ଆଶଙ୍କା ରହିଥିବାରୁ ଅଂଚଳବାସୀ ମାନେ ଭୟଭୀତ ହୋଇ ଏହାର ସମାଧାନ ନିମନ୍ତେ ଆର୍ଯ୍ୟପଲ୍ଲୀ ସରପଂଚ ତ୍ରିଲୋଚନ ବେହେରାଙ୍କ ନେତୃତ୍ୱରେ ଆର୍ଯ୍ୟପଲ୍ଲୀ ପଂଚାୟତ ଉନ୍ନୟନ କମିଟି ପକ୍ଷରୁ ଏକ ଲିଖିତ ଦାବିପତ୍ର ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କୁ ପ୍ରଦାନ କରାଯାଇଛି । ସମୁଦ୍ର ଦିନକୁ ଦିନ ଅଶାନ୍ତ ହୋଇ ଗ୍ରାମ ନିକଟବର୍ତ୍ତୀ ହୋଇଥିବାରୁ ସେମାନେ ବହୁବାର ସରକାର ଓ ଜିଲ୍ଲା ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ଏହାର କୌଣସି ସମାଧାନ ନ ହେବାରୁ ବାଧ୍ୟ ହୋଇ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏଣୁ ଏହାର ତୁରନ୍ତ ସମାଧାନ ନିମନ୍ତେ ସେମାନେ ଦାବି କରିବା ସହିତ ପଂଚାୟତରେ ଆରଡି ରୋଡ଼ ନିର୍ମାଣ ସହ ଗ୍ରାମର ବହୁ ଲୋକଙ୍କ ଘରବାରି ପଟ୍ଟା ପ୍ରଦାନ କରିବା ନିମନ୍ତେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଦାବିପତ୍ର ପ୍ରଦାନ ବେଳେ ଆର୍ଯ୍ୟପଲ୍ଲୀ ଉନ୍ନୟନ କମିଟିର ଉପଦେଷ୍ଠା ତଥା ପୂର୍ବତନ ଛତ୍ରପୁର ବ୍ଲକ ବିଜେଡିି ଉପସଭାପତି ଏମ୍‌. ଗୁମାଲି, ସଭାପତି ଆର୍‌. ଗୋବିନ୍ଦା, ଉପସଭାପତି ଏମ୍‌. ଦିଲ୍ଲୀପ, ସମ୍ପାଦକ ବି. ଭୀମସେନ, କୋଷାଧ୍ୟକ୍ଷ ଏମ୍‌. ଜାଙ୍ଗମାୟା, ଏଲ. ବାବାଜୀଙ୍କ ସମେତ ବହୁ ସଦସ୍ୟ ମାନେ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.