ନିଃସ୍ଵାର୍ଥପର ଭାବେ ସେବା ଯୋଗାଇ ଆସୁଛି ଟିମ ହ୍ୟୁମାନିଟି

add-all

ଫୁଲବାଣୀ : ଆଜି ଟିମ୍ ହ୍ୟୁମାନିଟି କନ୍ଧମାଳର ସଦସ୍ୟଙ୍କ ଆଉ ଏକ ମହାନ୍ କାର୍ଯ୍ୟ ଦେଖିବାକୁ ମିଳିଛି। କନ୍ଧମାଳ ଜିଲ୍ଲାର ଟିକାବାଲି ବ୍ଲକ ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ୬୨ ବର୍ଷୀୟ ନାର୍ଷୁ ପାତ୍ର ନାମକ ଜଣେ ମହିଳାଙ୍କ ଅସୁସ୍ଥତା କାରଣରୁ ମୃତ୍ୟୁ ହୋଇଥିଲା । କିନ୍ତୁ ଶବ ସତ୍କାର ପାଇଁ ପାଖରେ କେହି ପରିବାର ସଦସ୍ୟ ନଥିବାରୁ । ଏଭଳି ଅସହାୟ ପରିସ୍ଥିତିରେ ଟିମ୍ ହ୍ୟୁମାନିଟି କନ୍ଧମାଳର ଟିକାବାଲି ଶାଖାର ସଦସ୍ୟ ହିରୋ ନାୟକଙ୍କ ସହ ଯୋଗାଯୋଗ କରି ନିଜର ଅସହାୟତା ବିଷୟରେ ଜଣେଇଥିଲେ। ଟିମ୍ ସଦସ୍ୟ ହିରୋ ନାୟକ , ନୀଳମାଧଵ ପାତ୍ର , ଗୋବିନ୍ଦ ସ୍ୱାଇଁ , ପ୍ରମେଶ ଦିଗାଲ ତୁରନ୍ତ ପଦକ୍ଷେପ ନେଇ ମୃତ ବ୍ୟକ୍ତିଙ୍କ ଘରକୁ ପହଞ୍ଚି ଥିଲେ। ସବ ସତ୍କାର ପାଇଁ ପ୍ରସ୍ତୁତି ଆରମ୍ଭ କରି ଟିମର ନିଜସ୍ଵ ସ୍ବର୍ଗ ରଥ ଆମ୍ବୁଲାନ୍ସରେ ନିକଟସ୍ଥ ସ୍ମସାନରେ ସମ୍ପୁର୍ଣ୍ଣ ହିନ୍ଦୁ ରୀତି ଅନୁଯାୟୀ ସବଦାହ ବ୍ୟବସ୍ଥା କରେଇଥିଲେ। ଥରେ କି ଦୁଇ ଥର ନୁହଁ ଏମିତି ଅନେକ ଥର ଯେତେବେଳେ ମଧ୍ୟ ଟିକାବାଲି ତଥା ଏହାର ଆଖପାଖ ଅଞ୍ଚଳରେ ଏଭଳି ଖବର ଟିମ୍ ପାଖକୁ ଆସେ ଟିମର ଆବାହକ ଭି.ଲୋକନାଥ ରାଜୁ ତୁରନ୍ତ ତା’ର ପ୍ରତିକାର ବାହାର କରି ନିଃସ୍ଵାର୍ଥପର ଭାବେ ସାହାଯ୍ୟ କରିଥାନ୍ତି । ଟିମ୍ ହ୍ୟୁମାନିଟି କନ୍ଧମାଳର ଏଭଳି ମହାନ୍ କାର୍ଯ୍ୟକ୍ରମ ପାଇଁ ଉକ୍ତ ଅଞ୍ଚଳର ଲୋକେ ସାଧୁବାଦ ଜଣାଇବା ସହ ଭୁରି ଭୂରି ପ୍ରସଂଶା କରୁଛନ୍ତି।

ad-week
Leave A Reply

Your email address will not be published.