ଭାଙ୍ଗିଗଲା କେନାଲବନ୍ଧ, ଚାଷଜମି ଜଳମଗ୍ନ

add-all

ଭଦ୍ରକ : ଭଦ୍ରକ ଜିଲା ରାଣୀତାଲ ମୁଖ୍ୟ କେନାଲ ବନ୍ଧ ବୁଧବାର ଭାଙ୍ଗିଯାଇଛି। ଫଳରେ ଚାଷଜମିଗୁଡ଼ିକ ଜଳମଗ୍ନ ହୋଇଛି। ଜମିରେ ପଡ଼ିଥିବା ତଳି ଓ ରୁଆ ସରିଥିବା ଜମି ପାଣିରେ ବୁଡ଼ି ରହିଥିବାରୁ ପଚି ଯାଇ ନଷ୍ଟ ହେବାର ଆଶଙ୍କା କରି ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି।
ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ବରଦାରୁ ମଇତାପୁର ଭାୟା ରାଣୀତାଲ ମୁଖ୍ୟ କେନାଲବନ୍ଧ ଦୁଇବର୍ଷ ତଳେ ମରାମତି ହୋଇଥିଲା।

ନିମ୍ନମାନର କାମ ଯୋଗୁ ହଦଗଡ଼ ଡ୍ୟାମ୍‌ ପାଣି ଛାଡ଼ିବା ଫଳରେ କେନାଲରେ ପାଣି ଆସିବାରୁ ରାଣୀତାଲ ନିକଟରେ କେନାଲବନ୍ଧ ଭାଙ୍ଗି ଯାଇ ବଡ଼ ଘାଇ ସୃଷ୍ଟି ହୋଇଛି। ଏହି ଘାଇରୁ କେନାଲ ପାଣି ଯାଇ ତେଲିଆପଡ଼ା ଓ ତଗିରା ମୌଜାର ୬୦ ଏକରରୁ ଊର୍ଦ୍ଧ୍ୱ ଜମିରେ ପାଣି ମାଡ଼ିଯାଇଛି। ମରାମତି ବେଳେ ନିମ୍ନମାନର କାମ ପାଇଁ କେନାଲବନ୍ଧ ଭାଙ୍ଗି ଯାଇଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତୁରନ୍ତ ଉକ୍ତ ସ୍ଥାନ ମରାମତି କରାଯିବାକୁ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଦାବି କରିଛନ୍ତି।

ad-week
Leave A Reply

Your email address will not be published.