ଦୁଇ ଦିନିଆ କଳାହାଣ୍ଡି ଗସ୍ତରେ ରାଜ୍ୟ ମହିଳା କମିଶନ

add-all

ଭବାନୀପାଟଣା: ଦୁଇଦିନିଆ କଳାହାଣ୍ଡି ଜିଲ୍ଲା ଗସ୍ତରେ ରାଜ୍ୟ ମହିଳା କମିଶନ ମିନତୀ ବେହେରା । ପ୍ରଥମ ଦିନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦଭାବନା ଗୃହରେ ଓଡିଶା ରାଜ୍ୟ ମହିଳା ଆୟୋଗ ଶିବିର ଅଦାଲତରେ ଯୋଗ ଦେଇଥିଲେ।

୫୦ଟି ପାରିବାରିକ କଳହ ଓ ବିଭିନ୍ନ ଅଭିଯୋଗ ପତ୍ର ଆସିଥିବା ବେଳେ ୯ଟି ପାରିବାରିକ ସମସ୍ୟାର ସମାଧାନ କରିଥିଲେ ମହିଳା କମିଶନ । ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲା ପୋଲିସ ବିଭାଗର ବରିଷ୍ଠ ପଦାଧିକାରୀଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଉପସ୍ଥିତ ଥିଲେ।ଦୁଇଦିନିଆ କଳାହାଣ୍ଡି ଗସ୍ତରେ ରାଜ୍ୟ ମହିଳା କମିଶନ

ପରେ ଜାତୀୟ ମହିଳା କମିଶନ ପକ୍ଷରୁ ଅନୁଷ୍ଠିତ ମାନବ ଚାଲାଣ ନିରୋଧ ୟୁନିଟକୁ ନେଇ ଅନୁଷ୍ଠିତ ସଚେତନତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ମାନବ ଚାଲାଣ ରୋକିବା ସହ କିପରି ଲୋକଙ୍କୁ ସଚେତନ କରାଯାଇପାରିବ ସେନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସରକାରୀ ଓ ବେସରକାରୀ ସଂସ୍ଥା ମାନଙ୍କ ଦ୍ବାରା ଗ୍ରାମଞ୍ଚଳ ଗୁଡିକରେ ମାନବ ଚାଲାଣ ରୋକିବା ପାଇଁ ହେଉଥିବା ଅସୁବିଧା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହିଳା ସଂଗଠନ, ମିଶନ ଶକ୍ତି କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଓ ଶିଶୁ ସୁରକ୍ଷା ୟୁନିଟର ଅଧିକାରୀ ଉପସ୍ଥିତ ଥିଲେ ।

ad-week
Leave A Reply

Your email address will not be published.