ଅମୃତ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ

add-all

ଫୁଲବାଣୀ : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ତଥା ଅମୃତ ମହୋତ୍ସବ ପାଳନ ପାଇଁ ବିଦ୍ୟାଭାରତୀ ତଥା ଭାରତ ସରକାର ବ୍ୟାପକ ପ୍ରସ୍ତୁତି କରୁଥିବା ବେଳେ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ତୁମୁଡିବନ୍ଧ ତରଫରୁ ଏହି ଯୋଜନାକୁ କ୍ରିୟାନ୍ୱୟନ କରିବା ପାଇଁ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l
ଅଭିଭାବକ, ମାତୃ ଭାରତୀ ପୂର୍ବ ଛାତ୍ର, ପରିଚାଳନା ସମିତି ତଥା ଶୁଭେଛୁ ମାନଙ୍କୁ ନେଇ ଏକ ଆୟୋଜନ ଟୋଲୀ ଗଠନ କାରା ଯାଇଛି l ଅଗଷ୍ଟ ଏଗାରରୁ ଅଗଷ୍ଟ ସତର ପର୍ଯ୍ୟନ୍ତ ହେବାକୁ ଥିବା ଅମୃତ ମହୋତ୍ସବ ସପ୍ତାହ ରେ ପ୍ରତିଦିନ ଏକ ବିଶେଷ କାର୍ଯ୍ୟକ୍ରମ କରିବାକୁ ହାତକୁ ନିଆଯାଇଛି l ପବିତ୍ର ରକ୍ଷା ପୂର୍ଣିମା ଅବସରରେ ୭୫ ଜଣ ଶିଶୁ ଭାଇ ଭଉଣୀଙ୍କ ଦ୍ୱାରା ଦୀପ ଯଜ୍ଞ ପୂର୍ବକ ଶୁଭାରମ୍ଭ କରାଯାଇ, ବାର ତାରିଖ ରେ ବିଦ୍ୟାଳୟ ଶିଶୁ ମାନଙ୍କ ଦ୍ୱାରା ଚିତ୍ରାଙ୍କନ, ତର୍କ, କୁଇଜ, ଦେଶାତ୍ମବୋଧକ ସଙ୍ଗୀତ, ମହାପୁରୁଷଙ୍କ ଫଟୋ ପ୍ରଦର୍ଶନ କରାଯିବାର ଯୋଜନା ରଖାଯାଉଛି l ତେର ତାରିଖରେ ଶିଶୁ ମାନଙ୍କ ସୃଜନୀ ଦ୍ୱାରା ପ୍ରାଚୀର ପତ୍ରିକାର ଶୁଭ ଉନ୍ମୋଚନ ହେବା ବେଳେ ଚଉଦରେ ମାତୃଭାରତୀ ଓ ଅଭିଭାବିକାଙ୍କ ସମ୍ମିଳନୀ ସହିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜନ କରାଯିବ l ଅଗଷ୍ଟ ପନ୍ଦର ପବିତ୍ର ସ୍ୱାଧୀନତା ଦିବସ ଅବସରରେ ପଥ ସଂଚଳନ, ଦେଶାତ୍ମବୋଧ ନୃତ୍ୟ, ମହାପୁରୁଷଙ୍କ ଝାଙ୍କି ସହ 75ଜଣ ଅଭିଭାବକ ଓ ଅଭିଭାବିକା ତ୍ରିରଙ୍ଗା ଧରି ଶୋଭାଯାତ୍ରାରେ ସାମିଲ ହେବେ l ଅଗଷ୍ଟ ଷୋହଳ ତାରିଖରେ ବିଭିନ୍ନ ପୋଷାକ ଗ୍ରାମରେ ବିଦ୍ୱତ ପରିଷଦଙ୍କ ଦ୍ୱାରା ୭୫ ଟି ବୃକ୍ଷ ରୋପଣ କରାଯିବ l ଅଠର ତାରିଖରେ ଉଦଯାପନ ଉତ୍ସବ ଅନୁଷ୍ଠିତ ହେବ l ଏହି ଅବସରରେ ଅଭିଭାବକ ସମ୍ମିଳନୀ ସହିତ ପୁରସ୍କାର ବଣ୍ଟନଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ l ସଭାପତି ପୁରୁଷୋତ୍ତମ ଲେଙ୍କାଙ୍କ ଅଧ୍ୟକ୍ଷତା ତଥା ପ୍ରଧାନ ଆଚାର୍ଯ୍ୟ କୈଳାଶ ଚନ୍ଦ୍ର ଧଳଙ୍କ ସଂଯୋଜନା ରେ ଉପଦେଷ୍ଟା ରାମକୃଷ୍ଣ ପାଢ଼ୀ, ସମ୍ପାଦକ ହୀରାଲାଲ ପ୍ରଧାନ, ସହ ସଂପଦକ ମୁରଲୀଧର ମହାପାତ୍ର, ଉପ ସଭାପତି ପ୍ରସନ୍ନ ସାହୁ, ସଦସ୍ୟ ସୁଶାନ୍ତ ପାତ୍ର, ଶରତ କୁମାର ସାହୁ, କୁନ୍ତଳା ମlଝି, ଅଭିଭାବକ ଵିଵଛ ପରିଛା, ବିଭୁତି ଭୂଷଣ ମଲ୍ଲିକ,ଯଶୋବନ୍ତ ପ୍ରଧାନ, ଅରକ୍ଷିତ ପ୍ରଧାନ, ସନତ କୁମାର ସାହୁ ପ୍ରଭୃତି ଉପସ୍ଥିତ ଥିଲେ l

ad-week
Leave A Reply

Your email address will not be published.