କଡ଼କନାଥ କୁକୁଡ଼ା ଚାଷ ତାଲିମ କାର୍ଯ୍ୟକ୍ରମ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସମନ୍ବିତ ଜନଜାତି ଉନ୍ନୟନ ସଂସ୍ଥା ଫୁଲବାଣୀ ପକ୍ଷରୂ ମିଶନ ଜୀବିକା ମାଧ୍ୟମରେ ଆଇଟିଡିଏ ସମ୍ମିଳନୀ କକ୍ଷ ଠାରେ କଡ଼କ ନାଥ କୁକୁଡ଼ା ପାଳନ ନେଇ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ତାଲିମ କାର୍ଯ୍ୟକ୍ରମକୁ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ତାଲିମ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସଂଗେ ସଂଗେ ଏହି କୁକୁଡା ଚାଷ କଲେ ଚାଷୀ ଅଧିକ ଦାମରେ କୁକୁଡ଼ା ବିକ୍ରୀ କରି ବେଶ ଲାଭବାନ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ l ବିଭାଗ ପକ୍ଷରୁ ଆଦିବାସୀ ହିତାଧିକାରୀ ମାନଂକୁ କୁକୁଡ଼ା ଚିଆଁ ସାଙ୍ଗକୁ ଅନ୍ୟାନ୍ୟ ସୁବିଧା ସୁଯୋଗ ସହ ବୈଷୟିକ ଜ୍ଞାନ କୌଶଳ ମଧ୍ୟ ଯୋଗାଇ ଦିଆଯାଉଥିବା ନେଇ ପ୍ରକଳ୍ପ ପ୍ରଶାସକ ଦାସ ଆହୁରି କହିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଲୁଇସିଂ ସରପଞ୍ଚ ତଥା ଆଦିବାସୀ ନେତା ସୁଦର୍ଶନ କହଁର,ଜୀବିକା ମିଶନର ଅଧିକାରୀ,ବିଶେଷଜ୍ଞ ବଦ୍ୟନାଥ ଖଟୁଆ ପ୍ରମୁଖ ଉପସ୍ଥିତ ରହି କଡ଼କ ନାଥ କୁକୁଡ଼ା ମାଂସର ଔଷଧିୟ ଗୁଣ ସମ୍ପର୍କରେ ହିତାଧିକାରୀଙ୍କୁ ବୁଝାଇଥିଲେ l

ad-week
Leave A Reply

Your email address will not be published.