ଜନ-ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅନୁଷ୍ଠିତ

add-all

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଟିକାବାଲି ଏମସି ଏସ ମହାବିଦ୍ୟାଳୟ କନ୍ଧମାଳର ଜିଲ୍ଲା ପ୍ରଶାସନ ଓ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟଗିକା ମନ୍ତ୍ରାଳୟ ତରଫରୁ ଜନ ଶିକ୍ଷଣ ଏକ ଦୃଷ୍ଟିପାତ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବରେ ପ୍ରୋଗ୍ରାମ ଅଫିସର ପ୍ରୋଟେଅକ୍ସନ କନ୍ଧମାଳ ଏସ ଗାୟତ୍ରୀ ଯୋଗ ଦେଇ ଯୁବ ସଂସ୍କାର ଉପରେ ଆଲୋଚନା କରିବା ସଙ୍ଗେ ସଙ୍ଗେ ସାମାଜିକ ଅର୍ଥନୈତିକ ଅନଗ୍ରସର ଯୁବକ ଯୁବତୀ ମାଗଣାରେ ସ୍ବତ9 ଭାବେ ତାଲିମ ପାଇକିପରି ରୋଜଗାର କ୍ଷମ ହୋଇ ପାରିବେ ସେନେଇ ପରାମର୍ଶ ଦେଇଥିଲେ।ମୁଖ ବକ୍ତା ଭାବେ ଆକ୍ସନ ଏଡ଼ କନ୍ଧମାଳର ଜିଲ୍ଲା ସଂଯୋଜିକା ଶ୍ରୀମତୀ ସନ୍ଧ୍ୟା ରାଣୀ ମହାନ୍ତି କନ୍ଧମାଳରୁ ବାଲ୍ୟ ବିବାହ ଉଚ୍ଛେଦକୁ ନେଇ ସପଥ ପାଠ କରାଇଥିଲେ।ସରକାରଙ୍କ ବିଭିନ୍ନ ଯୋଜନା ରହିଛି ମାଗଣାରେ ବିଉଟି ପାର୍ଲର ଶିକ୍ଷା,ସିଲେଇ ଶିକ୍ଷା, ଛତୁ ଚାଷ ଇତ୍ୟାଦି କରି ସ୍ୱାବଲମ୍ବୀ ହୋଇପାରିବା ଏବଂ ଲେବର କାର୍ଡ ଜବ କାର୍ଡ ରିନୂଆଲ କରି ଉଚ୍ଚ1ଶିକ୍ଷା ମାଗଣାରେ କିପରି ପାଇ ପାରିବେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ।ଅଧ୍ୟାପକ ବିରୁପାକ୍ଷ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.