
ହିଞ୍ଜିଳିକାଟୁ (୬/୮) : ବିଜୁଜନତା ଦଳର ୨୫ ବର୍ଷ ପୂର୍ତି ଉପଲକ୍ଷେ ଦଳ ତରଫରୁ ସାରା ଓଡିଶାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ଅବସରରେ ହିଞ୍ଜିଳି ନିର୍ଵାଚନ ମଣ୍ଡଳି ବିଜୁ ଓ ଯୁବ ଛାତ୍ର ଜନତା ଦଳ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ଡାକ ବଙ୍ଗଳା ପରିଷରରେ ହିଞ୍ଜିଳି ନିର୍ଵାଚନ ମଣ୍ଡଳି ବିଜୁ ଜନତା ଦଳ ର ଯୁବ, ଛାତ୍ର ଓ ନେତୃବୃନ୍ଦ ଏକତ୍ରିତ ହୋଇ ଏକ ଶୋଭାଯାତ୍ରାରେ ହିଞ୍ଜିଳି ପୌରପାଳିକାର ଏମ ସି ସି ୨ ନିକଟ ଶିଶୁ ମନ୍ଦିର ରୋଡରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ଙ୍କ ଡିଆରଡିଏ ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ପଲେଇ, ହିଞ୍ଜିଳିକାଟୁ ପୌରପରିଷଦ ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, କାଉନସିଲର ସୁପ୍ରଭା ମହାରଣା, ବସନ୍ତ କୁମାର ଵେହେରା, ହିଞ୍ଜିଳିକାଟୁ ବିଜେଡି ର ବରିଷ୍ଠ ନେତା ଦେବାନନ୍ଦ ମହାପାତ୍ର, ଯୁଧିଷ୍ଠିର ସ୍ଵାଇଁ, କୋରାମଣି ରାଉଳ, ସଂସ୍କାର ପଟ୍ଟନାୟକ ହିଞ୍ଜିଳି କାଟୁ ବିଜୁ ଜନତା ଦଳର ନଗର ସଭାପତି ଭୀମସେନ ଵେହେରା, ହିଞ୍ଜିଳିକାଟୁ ନଗର ଯୁଵ ସଭାପତି ସଂଜୟ କୁମାର ପଣ୍ଡା, ହିଞ୍ଜିଳିକାଟୁ ପୌରପରିଷଦ ଵିଜେଡି ଯୁବ ଛାତ୍ର ସଭାପତି ସୌମ୍ୟରଂଜନ ପଟ୍ଟନାୟକ, ବିଜେଡି ସାଧାରଣ ସମ୍ପାଦକ ପ୍ୟାରୀମୋହନ ପାଢି, ହୃଦ଼ୟାନନ୍ଦ ମହାପାତ୍ର, ମାନସ ଵେହେରା, ନୀଳମଣି ପଟ୍ଟନାୟକ, କିରଣ କୁମାର ପଟ୍ଟନାୟକ,ସୁଵାସ ଗୌଡ,କାହ୍ନୁ ଚୌଧୁରୀ,ହିଞ୍ଜିଳିକାଟୁ ବ୍ଲକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦସଭ୍ୟା ପ୍ରିତି ସାହୁ, ଜିଲ୍ଲା ପରିଷଦ ସଭ୍ୟା ବାଇ ଗୀତାଞ୍ଜଳି, ହିଞ୍ଜିଳି ବ୍ଳକ ବିଜେଡ଼ି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ହିଞ୍ଜିଳି ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ସରପଞ୍ଚ ଦନାର୍ଦନ ସେଠୀ, ବାବୁଲା ସାହୁ ,ମନୋଜ ପୋଲାଇଙ୍କ ସମେତ ହିଞ୍ଜିଳି ବ୍ଳକ ର ସମସ୍ତ ସରପଚଂ ଓ ସମିତି ସଭ୍ୟ ଯୁବ ଓ ଛାତ୍ର ନେତା ସହଯୋଗ କରିଥିଲେ । ସେହିପରି ହିଞ୍ଜିଳି ନିର୍ଵାଚନ ମଣ୍ଡଳି ଶେରଗଡ ବ୍ଳକ ବିଜେଡ଼ି ସଭାପତି ଶରତ ପାତ୍ର, ଶେରଗଡ ବ୍ଳକ ଯୁବ ବିଜେଡ଼ି ସଭାପତି ସନ୍ତୋଷ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଛାତ୍ର ସଭାପତି ଜଗନ୍ନାଥ, ଜିଲ୍ଲା ପରିଷଦ ସଭ୍ୟ ବରୁଣ ପୋଲାଇ, ଚିତ୍ତରଞ୍ଜନ ପାଣିଗ୍ରାହୀ, ଶେରଗଡ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ, ଶେରଗଡ ବ୍ଳକ ଉପାଧ୍ୟକ୍ଷା ସୁଧାସ୍ମିତା ପଟ୍ଟନାୟକ,, ବିଜେଡି ନେତା ହିନ ଵେହେରା, ପ୍ରମୋଦ ପାତ୍ର, ବିପ୍ଳବ ସେଠୀ, ଭବାନୀ ଶଙ୍କର ଦାସ, ଅରୁଣ ପାଣିଗ୍ରାହୀ ଙ୍କ ସମେତ ଶେରଗଡ ବ୍ଳକ ର ସମସ୍ତ ସରପଞ୍ଚ ଓ ସମିତି ମେମ୍ବର ର ଙ୍କ ସହ ବହୁପଦାଧିକାରୀ ସଦସ୍ୟା ଓ ମହିଳା ମୋର୍ଚ୍ଚା କର୍ମୀମାନେ ଯୋଗଦେଇଥିଲେ ।