ଭାରତକୁ ବକ୍ସିଂରେ ମିଳିଲା ସ୍ୱର୍ଣ୍ଣ, ହକିରେ ବ୍ରୋଞ୍ଜ

add-all

ବର୍ମିଂହମ୍: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ଭାରତକୁ ଦୁଇଟି ଭଲ ଖବର ମିଳିଛି। ବକ୍ସିଂରେ ଭାରତ ଜିତିଲା ସ୍ୱର୍ଣ୍ଣ। ୪୮ କେଜି ବର୍ଗ ମହିଳା ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ନିତୁ ଘଂଘାସ। ସେ ଫାଇନାଲରେ ଇଂଲଣ୍ଡର ବିଶ୍ୱ ଚାମ୍ପିଅନସିପ୍ ବ୍ରୋଞ୍ଜ ପଦକ ବିଜେତା ଡେମି-ଜାଡେ ରେଜଟାନଙ୍କୁ ୫-୦ରେ ପରାସ୍ତ କରିଛନ୍ତି। ସେହିପରି ମହିଳା ହକିରେ ଭାରତକୁ ବ୍ରୋଞ୍ଜ ପଦକ ମିଳିଛି। ନ୍ୟୁଜିଲାଣ୍ଡକୁ ହରାଇ ଭାରତୀୟ ମହିଳାଙ୍କ ବ୍ରୋଞ୍ଜ ପଦକ ହାସଲ କରିଛି। ପେନାଲିଟି ସୁଟ୍ ଆଉଟରେ ନ୍ୟୁଜିଲାଣ୍ଡକୁ ହରାଇଲା ଭାରତ।
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତର ପଦକ ସଂଖ୍ୟା ୪୨କୁ ବୃଦ୍ଧି। ଭାରତକୁ ମିଳିଲାଣି ୧୪ ସ୍ୱର୍ଣ୍ଣ, ୧୧ ରୌପ୍ୟ ଓ ୧୭ ବ୍ରୋଞ୍ଜ ପଦକ।

ad-week
Leave A Reply

Your email address will not be published.