ଧୋଡ୍ରା SLN 5T ସ୍କୁଲ : ନିର୍ମାଣ ର ଦଶଦିନରେ ଭୁସୁଡ଼ିଲା ପାଚେରୀ ଉଚ୍ଚ ସ୍ଥରୀୟ ତଦନ୍ତ ଦାବୀ କଲେ ଗ୍ରାମବାସୀ..

youtube

ଯନ୍ତ୍ରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ବାଟରୁ ଯାଇ ହାଟରେ ପଡିଲା...


ଝରିଗାଁ : ଜନକଲ୍ୟାଣ ପାଇଁ ହେଉ କିମ୍ବା 5Tସ୍କୁଲ ପାଇଁ ହେଉ ଏମିତି କୌଣସି ସ୍ଥାନ ନାହିଁ ଯେ ବାଟମାରଣା ହେଉ ନାହିଁ କିନ୍ତୁ ବାଟମାରଣା ସୀମା ଏତେ ଟପି ଗଲାଣି ତାହା କହିଲେ ବି ନସରେ । ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଦୁର୍ନୀତି ର ଚରମ ସୀମା ରେ ପହଂଚି ଗଲାଣି ଏହି ବ୍ଲକର ପ୍ରାୟ ସମସ୍ତ ଉର୍ଣ୍ଣୟନ ମୂଳକ କାର୍ଯ୍ୟ ରାଧେ ରାଧେ ନୀତିରେ ଚାଲିଥିବା କୁ ନେଇ ବିଭିନ୍ନ ପଞ୍ଚାୟତ ରୁ ହେଉ ଥିଲେ ସୁଦ୍ଧା ସ୍ଥାନୀୟ ବିଡ଼ିଓ ଅଭିଯୋଗ କୁ କୌଣସି ପଦକ୍ଷେପ ନେଉଥିବା ଦୃଷ୍ଟି ଗୋଚର ହେଉନାହିଁ ଯାହାକି ଏହି ଭଳି ଏକ ଦୃଶ୍ୟ ନବରଙ୍ଗପୁର ଜ଼ିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଞ୍ଚାୟତର ଧୋଡ୍ରା 5T ହାଇସ୍କୁଲ ପରିସରରେ ଦେଖିବାକୁ ମିଳିଛି । ସୂଚନା ଥାଉକି ଦୁଇ ମାସ ତଳେ ସ୍କୁଲ ବାଉଣ୍ଡାରୀ କାନ୍ଥ ତିଆରି ହୋଇଥିଲା ଯାହାକି ଝରୀଗାଁ ଯନ୍ତ୍ରୀ ରାମରୟ ମାରାଣ୍ଡି ଙ୍କ କହିବା କଥା ଅନୁଯାଇ ପ୍ରାୟ ୩0 ଲକ୍ଷ ରୁ ଉର୍ଦ୍ଧ ଟଙ୍କା ର ଅଟକଳ ରହିଥିଲା ଏହି କ୍ଷେତ୍ରରେ ଆମ ସାମ୍ବାଦିକ ଯନ୍ତ୍ରୀ ମାରାଣ୍ଡି ଙ୍କୁ ପ୍ରଶ୍ନ କରିବାରୁ ସେ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଇ ନଥିଲେ, ସରକାରୀ ନିୟମ ଅନୁସାରେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଉକ୍ତ କାର୍ଯ୍ୟର ସମସ୍ତ ବିବରଣୀ ତଥା ନାମ ଫଳକ ଲଗାଯିବା ଜରୁରୀ କିନ୍ତୁ ତାହାବି ଏଠାରେ ବ୍ୟତିକ୍ରମ ଦେଖିବାକୁ ମିଳିଛି ବିନା ଫଳକ ରେ ଏହି କାର୍ଯ୍ୟ କରାଯାଇଥିଲା ଏବଂ 5T ସଚିବ ଭି.କେ.ପାଣ୍ଡିଆନ ଏହାକୁ ଭିଡ଼ିଓ କନଫୋରେନସ ଯୋଗେ ଏହି ସ୍କୁଲ ବାଉଣ୍ଡରୀ କାନ୍ଥ ଉଦଘାଟନ କରିଥିଲା । କିନ୍ତୁ ଦୁର୍ଭାଗ୍ୟ କଥା ଏହିକିଯେ ଉକ୍ତ କାମ ଏତେ ନିମ୍ନ ମାନର ହେଇଥିଲା ଯେ ତାହା ଅଳ୍ପ ଲଘୁ ଚାପ ଜନିତ ବର୍ଷା ପାଣିରେ ଉଦଘାଟନର ଦଶ ଦିନ ମଧ୍ୟରେ ଆପେ ଆପେ ଭୂଷଡ଼ି ପଡ଼ିଛି । ଏହି ପରି କାମ ଦେଖି ଧୋଡ୍ରା ଗ୍ରାମର ବୁଦ୍ଧିଜୀବୀ ଓ ଜନସାଧାରଣ ଘୋର ନିନ୍ଦା କରିବା ସହିତ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜେ ଧୋଡ୍ରା ଗାଁର ସରପଞ୍ଚ ଶ୍ରୀ ମହେନ୍ଦ୍ର ଭତ୍ରା ଓ ହାଇସ୍କୁଲ ଶିକ୍ଷକ ଶ୍ରୀ ବଂଶୀଧର ଭୂଇଁୟା ଉକ୍ତ ନିମ୍ନ ମାନର କାମକୁ ଆରମ୍ଭରୁ ବିରୋଧ କରିଥିଲେ କିନ୍ତୁ ଏମାନଙ୍କ କଥାକୁ ବେଖାତିର କରି ବା କର୍ଣ୍ଣପାତ ନ କରି କାର୍ଯ୍ୟଟି ଅତି

ତରବରିଆ ଭାବେ ଧରପଗଡ ଭିତରେ ସାରି ଦେଇଥିଲେ । ଉଲ୍ଲେଖ ଥାଉ କି କାମ କରିଥିବା ଠିକାଦାରଙ୍କ ଜିଲ୍ଲା ପ୍ରଶାସନ ଓ ମନ୍ତ୍ରୀ ପର୍ଯ୍ୟନ୍ତ ହାତ ରହିଥିବା କୁ ନେଇ ଯାହା ସାଧାରଣରେ ଚର୍ଚ୍ଚା ହେଉଛି । ଆଉ ସେହି କାରଣରୁ ଠିକାଦାର କାହାକୁ ଭୃକ୍ଷେପ ନକରି ଅତି ଖାମ ଖିଆଲ ଭାବେ ନିମ୍ନ ରୁ ଅତି ନିମ୍ନ ଶ୍ରେଣୀର କାମ କରି ଝରୀଗାଁ ବ୍ଲକ ପ୍ରଶାସନ କଳକୁ ହାତବାରିସୀ ରୂପେ ବ୍ୟବହାର କରି ମୋଟା ଅଙ୍କର ପିସି ଦେଇ ଏହି କାମ କରିଥିବା ଅଭିଯୋଗ ହୋଇଛି,। ଧୋଡ୍ରା ଗାଁର ଲୋକ ମାନେ ଏହି ନିମ୍ନମାନର କାମ ପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କୁ ଆଣି ତଦନ୍ତ କରିବାକୁ ଦାବୀ କରିଛନ୍ତି l ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହିତ ନେଇ ଉଚ୍ଚ ସ୍ତରୀୟ ତଦନ୍ତ କରାଯାଉ ବୋଲି ଗଣମାଧ୍ୟମ ଆଗରେ ଅନୁରୋଧ କରିବା ସହିତ ଦାବି କରିଛନ୍ତି ।

Leave A Reply

Your email address will not be published.