ମାତୃମୃତ୍ୟୁ ରୋକିବା ରେ ଗାଁ କଲ୍ୟାଣ ସମିତି ର ଅଭିନଵ ପ୍ରୟାସ

add-all

ଧରାକୋଟ : ଧରାକୋଟ ବ୍ଲକ ଅନ୍ତର୍ଗତ ଗୋଲା ଦାମୋଦର ପଲ୍ଲୀ ପଂଚାୟତ କମାଶାସନ ଗ୍ରାମର ଗାଁ କଲ୍ୟାଣ ସମିତି ର ଅଭିନଵ ପ୍ରୟାସ ଦ୍ୱାରା ଜଣେ ଗର୍ଭବତୀ ମା ଙ୍କ ଜୀବନ ରକ୍ଷା ପାଇଲା l ପ୍ରକାଶ ଥାଉକି କମାଶାସନ ଗ୍ରାମ ହରିଜନ ସାହି ର ସୁକାନ୍ତି ନାହକ ଜଣେ ଚାରି ମାସର ଗର୍ଭବତୀ ଥିଲେ l ପ୍ରଥମେ ତାଙ୍କୁ ଗ୍ରାମ୍ୟ ସ୍ୱାସ୍ଥ୍ୟ ପୋଷଣ କେନ୍ଦ୍ରରେ ନାମ ଲେଖା କରି ରକ୍ତହୀନତା ପରୀକ୍ଷା ରୁ ଜଣାଗଲା ଯେ ସେ ବିପଦ ସଂକୁଳ ଅବସ୍ଥାରେ ରହିଛନ୍ତି l ତାଙ୍କର ଆର୍ଥିକ ସ୍ଥିତି ସ୍ଵଛଳ ନଥିବାରୁ ସେ ଅଧିକ ଚିକିତ୍ସା ପାଇଁ ମନ ବଳଉନଥିଲେ l ଏଭଳି ଘଟଣା ଗାଁ କଲ୍ୟାଣ ସମିତି ଜାଣିବା ପରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ବିନାୟକ ସାହୁ, ମହିଳା ସ୍ୱାସ୍ଥ୍ୟ କର୍ମୀ ସବିତା କୁମାରୀ ମହାନ୍ତି, ରଶ୍ମିତା ସେଠି, ଆଶା କର୍ମୀ ବନିତା ବେହେରା, ୱାର୍ଡ ସଭ୍ୟ ସିମାଞ୍ଚଳ ରେଡି ପ୍ରମୁଖ ତାଙ୍କ ପରିବାର କୁ ପରାମର୍ଶ ପ୍ରଦାନ କରି ମାଗଣା ଗାଡି ର ବ୍ୟବସ୍ଥା, ମାଗଣା ଔଷଧ, ମାଗଣା ରକ୍ତ ପ୍ରଦାନ କରିବା ସହ ପୃଷ୍ଟିକର ଖାଦ୍ୟ ପାଇଁ 500 ଟଙ୍କା ପ୍ରଦାନ କରିଛନ୍ତି l ଏଭଳି ମାତୃମୃତ୍ୟୁ ଓ ଶିଶୁ ମୃତ୍ୟୁ ରୋକିବା ର ଅଭିନଵ ପ୍ରୟାସ କୁ ଜିଲ୍ଲା ଗାଁ କଲ୍ୟାଣ ପରିଚାଳକ ଆଶିଷ କୁମାର ମିଶ୍ର ବହୁତ ପ୍ରଶଂସା କରିଛନ୍ତି l

ad-week
Leave A Reply

Your email address will not be published.