ଟୁରି ନଦୀ ପୋଲ ଉପରେ ପାଣି, ନବରଙ୍ଗପୁର ଠାରୁ ରାୟପୁରକୁ ଯୋଗାଯୋଗ ବିଛିନ୍ନ

Independence

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି, ଆଜି ସକାଳୁ ଜାରି ରହିଥିବା ପ୍ରବଳ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସଦର ମହକୁମା ର ଟୁରି ନଦୀ ଫୁଲି ଉଠିଛି , ଟୁରି ନଦୀ ଉପରେ ପ୍ରବାହିତ ହେଉଛି ଦୁଇ ଫୁଟ ଉଚ୍ଚତା ର ପାଣି , ଯାହାଫଳରେ ନବରଙ୍ଗପୁର ଉମରକୋଟ ଏବଂ ନବରଙ୍ଗପୁର ଠାରୁ ରାୟପୁର କୁ ଯୋଗଯୋଗ ସମ୍ପୂର୍ଣ୍ଣ ଭାବେ ଠପ୍ ହେଇ ପଡିଛି, ନବରଙ୍ଗପୁର ଜିଲ୍ଲା ସହ ଉମରକୋଟ ଏବଂ ପୋଡ଼ସି ଛତିଶଗଡ଼ ରାଜ୍ୟ ର ରାୟପୁର କୁ ସଂଯୋଗ କରୁଥିବା ଇଏ ହଉଚି ମୁଖ୍ୟ ରାସ୍ତା , ରାସ୍ତା ଉପରେ ଦେଇ ପୁରି ନଦୀ ର ପାଣି ଚାଲୁଥିବାରୁ ଜାତାୟତ ଓ ଜାନ ବାହାନ ଚଳାଚଳ ରେ ବ୍ୟାଘାତ ଘୋଟି ରାସ୍ତା ର ଉଭୟ ପାର୍ଶ୍ଵ ରେ ଅଟକି ରହିଛି ଶହ ଶହ ଗାଡି । ଆସନ୍ତା କାଲି ଶ୍ରାବଣ ମାସ ର ଶେଷ ସୋମବାର ହେଇଥିବାରୁ,ବହୁ କାଉଡ଼ିଆ ମଧ୍ୟ ରାସ୍ତା ର ଉଭୟ ପାର୍ଶ୍ଵ ରେ ଅଟକି ରହିଛନ୍ତି ,ଲଘୁଚାପ ଯୋଗୁଁ ଆଗକୁ ବର୍ଷା ଅଧିକ ହେବାର ସମ୍ଭାବନା ରହିଥିବା ବେଳେ ଧୀରେ ଧୀରେ ଟୁରି ନଦୀ ର ଜଳସ୍ତର ମଧ୍ୟ ବଢିବାକୁ ଲାଗିଲାଣି।ଏମିତି ଲଗାଣ ବର୍ଷା ଜାରି ରହିଲେ ନଇ କୂଳରେ ବସତି କରିଥିବା ପରିବାରଙ୍କୁ ଅନେକ ସମସ୍ୟା ସମ୍ମୁଖୀନ ହେବା ଏଡାଇ ଦିଆ ଯାଇ ନପାରେ।

ad-week
Leave A Reply

Your email address will not be published.